The Ultimate Managed Hosting Platform
ADVERTISEMENT

ଆମେରିକାରେ ସରକାରୀ ଛୁଟି ଦିବସ ହେବ ଦୀପାବଳି !

Facebook
Twitter
LinkedIn

ନୂଆଦିଲ୍ଲୀ : ହିନ୍ଦୁ ପର୍ବ ଦୀପାବଳିକୁ ଆମେରିକାରେ ସରକାରୀ ଛୁଟି ଦିବସ ଭାବେ ଘୋଷଣା କରିବା ଲାଗି ଶୁକ୍ରବାର ଦିନ ଜଣେ ବିଶିଷ୍ଟ ଆମେରିକୀୟ ସାଂସଦ ଆମେରିକା କଂଗ୍ରେସରେ ଚିଠା ଆଗତ କରିଛନ୍ତି। ଏହି ଚିଠା ବା ‘ବିଲ୍’ ଆଗତ କରିଥିବା ମହିଳା କଂଗ୍ରେସ ସାଂସଦ ଗ୍ରେସ୍ଡ୍ ମେଙ୍ଗ୍ ଭର୍ଚ୍ୟୁଆଲ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସମଗ୍ର ବିଶ୍ବରେ କୋଟି କୋଟି ଜନତା ତଥା କୁଇନ୍ସ୍, ନ୍ୟୁୟର୍କ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ଅଗଣିତ ପରିବାର ଏବଂ ସମ୍ପ୍ରଦାୟଙ୍କ ଲାଗି ଦୀପାବଳି ହେଉଛି ସବୁଠୁ ଗୁରୁତ୍ବପୂର୍ଣ୍ଣ ଦିନମାନଙ୍କରୁ ଗୋଟିଏ ଦିନ । ‘ଦି ଦିୱାଲି ଡେ ଆକ୍ଟ୍’ କଂଗ୍ରେସର ଅନୁମୋଦନ ଲାଭ କରିବା ପରେ ଆଇନରେ ପରିଣତ ହେବା ଲାଗି ରାଷ୍ଟ୍ରପତିଙ୍କ ସ୍ବାକ୍ଷର ପାଇଁ ପଠାଯିବ। ରାଷ୍ଟ୍ରପତି ସ୍ବାକ୍ଷର କଲେ ଆମେରିକାରେ ଦୀପାବଳି ହେବ ସରକାରୀ ସ୍ବୀକୃତିପ୍ରାପ୍ତ ୧୨ଶ ଛୁଟି ଦିବସ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login