The Ultimate Managed Hosting Platform
ADVERTISEMENT

୯ ବାୟୁସେନା ଅଧିକାରୀଙ୍କୁ ବୀରଚକ୍ର, ଅପରେସନ ସିନ୍ଦୂରରେ ସାହସିକତା ପାଇଁ ପାଇବେ ସମ୍ମାନ

Facebook
Twitter
LinkedIn

ନୂଆଦିଲ୍ଲୀ : ୯ ବାୟୁସେନା ଅଧିକାରୀ ପାଇବେ ବୀରଚକ୍ର । ପାଇଲଟଙ୍କ ସମେତ ୯ ଅଧିକାରୀଙ୍କୁ ବୀରଚକ୍ର ସମ୍ମାନ । ଅପରେସନ ସିନ୍ଦୂରରେ ସାହସିକତା ପାଇଁ ପାଇବେ ସମ୍ମାନ । ସରକାର ଅପରେସନ ସିନ୍ଦୂରର ନାୟକମାନଙ୍କୁ ସ୍ୱତନ୍ତ୍ର ପୁରସ୍କାର ଦେବାକୁ ବିଚାର କରୁଛନ୍ତି । ସୀମା ସୁରକ୍ଷା ବଳ ଏହି ଅପରେସନର ୧୬ ଜଣ ସାହସୀ ସୀମା ରକ୍ଷକଙ୍କ ପାଇଁ ସାହସିକତା ପଦକ ଘୋଷଣା କରିଛନ୍ତି । ସନ୍ଧ୍ୟା ସୁଦ୍ଧା ସେହି ଯୋଦ୍ଧାମାନଙ୍କ ନାମ ମଧ୍ୟ ଘୋଷଣା କରିପାରେ ସେନା । ଯେଉଁମାନଙ୍କୁ ଏହା ବିଶେଷ ସମ୍ମାନରେ ସମ୍ମାନିତ କରାଯିବ । ଏଥର ସ୍ୱାଧୀନତା ଦିବସ ପାଳନ ସମ୍ପୂର୍ଣ୍ଣ ଭାବରେ ଅପରେସନ ସିନ୍ଦୂର ପାଇଁ ଉତ୍ସର୍ଗୀକୃତ ହେବ ବୋଲି ଅନୁମାନ କରାଯାଇଛି ।
ତେବେ ପରମ୍ପରା ଅନୁଯାୟୀ ପ୍ରତିବର୍ଷ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ କେବଳ ବୀରତ୍ୱ ପୁରସ୍କାର ଘୋଷଣା କରାଯାଉଥିଲା । କିନ୍ତୁ ଏଥର ଏହି ବୀରମାନଙ୍କ ପାଇଁ ସ୍ୱତନ୍ତ୍ର ସମ୍ମାନ ମଧ୍ୟ ଘୋଷଣା କରାଯାଇପାରେ । ଏନେଇ ଲାଲକିଲ୍ଲାରେ ସମାରୋହରେ ଯୋଗଦେବାକୁ ଆସୁଥିବା ଅତିଥିମାନଙ୍କୁ ପଠାଯାଇଥିବା ନିମନ୍ତ୍ରଣ କାର୍ଡରେ ମଧ୍ୟ ଅପରେସନ ସିନ୍ଦୂରର ଲୋଗୋ ମୁଦ୍ରିତ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login