ନୂଆଦିଲ୍ଲୀ : ଦିଲ୍ଲୀରେ ଥିବା କାଲକାଜି ସ୍ଥାନରୁ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି । ସୂଚନା ଅନୁସାରେ କାଲକାଜିରେ ଆଜି ଏକ ଅଘଟଣ ଘଟିଛି । ପ୍ରବଳ ବର୍ଷା ହେବା କାରଣରୁ ଏକ ବଡ ଗଛ ହଠାତ ରାସ୍ତା ଉପରେ ଚଳି ପଡିଲା । ଦୁର୍ଭାଗ୍ୟର କଥା ସେହି ସମୟରେ ଏହି ବାଟଦେଇ ଏକ ବାଇକ ଚାଳକ ଯାଉଥିଲେ । ଗଛଟି ଏହି ବାଇକ ଆରୋହିଙ୍କ ଉପରେ ହଠାତ ପଡିଯାଇଥିଲା । ଏହି କାରଣରୁ ଘଟଣା ସ୍ଥଳରେ ବାଇକ ଚାଳକଙ୍କ ଜୀବନ ଚାଲି ଯାଇଥିଲା । ଏହା ସହ ଆଉଜଣେ ଗୁରୁତର ଆହତ ହୋଇଛନ୍ତି । ନିକଟରେ ଯାଉଥିବା କାର ଉପରେ ଗଛଟି ପଡିଯାଇଥିଲା । ଯାହା ଫଳରେ କାରଟି କ୍ଷତିଗ୍ରସ୍ତ ହୋଇପଡିଛି । ଘଟଣା ସ୍ଥଳରେ ପୋଲିସ ଓ ପ୍ରଶାସନ ପହଞ୍ଚିଛି । ଘଟଣାର ଯାଞ୍ଚ ଚାଲିଛି । ତେବେ ମୃତକଙ୍କ ପରିଚୟ ଜଣା ପଡିଛି । ମୃତ ବ୍ୟକ୍ତି ହେଲେ ସୁଧୀର କୁମାର । ତାଙ୍କ ଝିଅ ପ୍ରିୟା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଦୁଇଟି କ୍ରେନ ସାହାଯରେ ରାସ୍ତା ଉପରୁ ବିଶାଳ ଗଛଟିକୁ ହଟାଇ ଦିଆଯାଇଛି । ପ୍ରଥମେ ଏକ କଟର ସାହାଯ୍ୟରେ ଗଛଟିକୁ କଟା ଯାଇଥିଲା । ଏହାପରେ ଏହାକୁ ଦୁଇଟି ଅଂଶରେ ଅଲଗା କରାଯାଇଥିଲା । ଏହି ଘଟଣାଟି ସମ୍ପୁର୍ଣ୍ଣ ଭାବେ ସିସିଟିଭିରେ କଏଦ ହୋଇଛି ।
ଦିଲ୍ଲୀରେ ପ୍ରବଳ ବର୍ଷା ; ଗଛ ପଡି ବାପା-ଝିଅଙ୍କ ଚାଲିଗଲା ଜୀବନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











