ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକଷଣ୍ଢା ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଦୁଃଖଦାୟୀ ଘଟଣା । ନିର୍ମାଣଧୀନ ଘର କାମ କରୁଥିବା ବେଳେ, ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ।ଗାଁର ରାଜୀବ ନାଇକ ନାମକ ଜଣେ ଯୁବ-ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଘଟଣା ପରେ ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ ସହାୟତା ଦାବି କରି କିଛି ସମୟ ପର୍ୟ୍ୟନ୍ତ ମୃତଦେହକୁ ରଖି ବସି ରହିଥିଲେ । ଘଟଣା ସ୍ଥଳରେ ପୋଲିସ ଏବଂ ବିଦ୍ୟୁତ୍ ବିଭାଗ କର୍ମଚାରୀ ପହଞ୍ଚି ସରକାରୀ ବ୍ୟବସ୍ଥା ପ୍ରକାରେ ସହାୟତା କରିବାକୁ ପ୍ରତିଶୃତି ଦେଇଥିଲେ । ଏହାପରେ ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଥିଲା ପୋଲିସ ।
Views: 126











