ନୂଆଦିଲ୍ଲୀ : କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ଏକ ବଡ ଉପହାର ଦେଇଛନ୍ତି । କେନ୍ଦ୍ର କ୍ୟାବିନେଟ ଗୁରୁବାର ଅଷ୍ଟମ ବେତନ ଆୟୋଗକୁ ଅନୁମୋଦନ କରିଛି। କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗକୁ ଉତ୍ସୁକତାର ସହ ଅପେକ୍ଷା କରିଥିଲେ ଏବଂ ସରକାର ସେମାନଙ୍କୁ ଏହି ଉପହାର ଦେଇଛନ୍ତି । ଖୁବଶୀଘ୍ର ଏଥିପାଇଁ ଏକ କମିଟି ଗଠନ କରାଯାଇ ଅଷ୍ଟମ ବେତନ କମିଶନ ଗଠନ ପ୍ରକ୍ରିୟା ଆରମ୍ଭ ହେବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତିକୁ ଅନୁମୋଦନ ମିଳିଛି।
Views: 48