The Ultimate Managed Hosting Platform
ADVERTISEMENT

ସକାଳେ ନିର୍ବନ୍ଧ, ମଧ୍ୟାହ୍ନରେ ଜୀବନ ହାରିଦେଲେ ଯବାନ

Facebook
Twitter
LinkedIn

ନୂଆଦିଲ୍ଲୀ : ଯବାନଙ୍କ ମୃତଦେହ ଗଛରୁ ଉଦ୍ଧାର ହେବା ପରେ ଚାଞ୍ଚଲ୍ୟ ଖେଳି ଯାଇଛି । ଉତ୍ତରପ୍ରଦେଶର ବିଜନୌରରେ ଘଟିଛି ଏହି ଘଟଣା । ଉଦ୍ଧାର ବେଳେ ଯବାନଙ୍କ ଦୁଇହାତ ପଛରେ ବନ୍ଧାଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକ ପୁଅକୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛନ୍ତି।ସୂଚନାଯୋଗ୍ୟ, ବିଜନୌରର ଅଫଜଲଗଢ଼ର ଯବାନ ଲୋକେନ୍ଦ୍ର ମୁରାଦାବାଦର ନବମ ବାଟାଲିୟନରେ ଚାକିରି କରୁଥିଲେ। ତାଙ୍କର ଡିୟୁଟି ପ୍ରୟାଗରାଜରେ ଚାଲୁଥିବା ମହାକୁମ୍ଭ ମେଳାରେ ପଡ଼ିଥିଲା। ଜାନୁଆରି ୧୫ ତାରିଖରେ ତାଙ୍କର ନିର୍ବନ୍ଧ ଥିବାରୁ ସେ ତିନିଦିନର ଛୁଟି ନେଇ ଘରକୁ ଆସିଥିଲେ।
ଗତ ବୁଧବାର ଯବାନ ଲୋକେନ୍ଦ୍ରଙ୍କ ଧୁମଧାମରେ ନିର୍ବନ୍ଧ ଶେଷ ହୋଇଥିଲା। ନିର୍ବନ୍ଧ ପରେ ଲୋକେନ୍ଦ୍ରଙ୍କ ବିବାହ ଫେବ୍ରୁଆରି ୧୪ ତାରିଖରେ ହେବା ନେଇ ସ୍ଥିର ହୋଇଥିଲା। ନିର୍ବନ୍ଧ ଶେଷହେବାପରେ ଲୋକେନ୍ଦ୍ର କୌଣସି ଏକ କାମରେ ଘରୁ ବାହାରି ଯାଇଥିଲେ। ଅନେକ ସମୟ ବିତି ଯାଇଥିଲେ ସୁଦ୍ଧା ସେ ଘରକୁ ଫେରି ନଥିଲେ।ଅନେକ ଖୋଜାଖୋଜି ପରେ ଗ୍ରାମ ନିକଟସ୍ଥ ଏକ ଜମିରେ ଥିବା ଗଛରେ ଯବାନଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏନେଇ ଗ୍ରାମବାସୀ ଲୋକେନ୍ଦ୍ରଙ୍କ ପରିବାର ସମେତ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login