ଭୁବନେଶ୍ୱର : ରାଜରାସ୍ତାରେ ମାଣବସା ପାଳିଲେ ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ । ନିଯୁକ୍ତି ଦାବି ନେଇ ୪ ଦିନ ହେଲା ଧାରଣାରେ ବସିଛନ୍ତି । ୨୦୨୩ ଡିସେମ୍ବରରେ ପରୀକ୍ଷାଦେଇ ୧୮ ମାସ ବିତି ଯାଇଥିଲେ ବି ଏବେ ଯାଏଁ ନିଯୁକ୍ତି ମିଳି ନ ଥିବା ଅଭିଯୋଗ କରିଛନ୍ତି । ସେପ୍ଟେମ୍ବର ୨୫ରେ ଫାଇନାଲ ଲିଷ୍ଟ ବାହାରିଛି । ହେଲେ ଏ ପର୍ଯ୍ୟନ୍ତ ୨ ହଜାର ୭୫୩ ଜଣ ମହିଳାଙ୍କୁ ନା ମିଳିଛି ପୋଷ୍ଟିଂ ନା ନିଯୁକ୍ତି । କିନ୍ତୁ ଏ ଯାଏଁ ସରକାର ସେମାନଙ୍କ ଦାବି ଶୁଣି ନାହାନ୍ତି । ଏପରିକି ଗୁରୁବାରମାଣ ନ ବସାଇ ଶେଷରେ ରାଜରାସ୍ତାରେ କରିଛନ୍ତି ମାଣବସା । ଶୀଘ୍ର ଦାବି ପୂରଣ ପାଇଁ କରିଛନ୍ତି ଗୁହାରି ।
Views: 54











