The Ultimate Managed Hosting Platform
ADVERTISEMENT

ବୋରୱେଲରୁ ଉଦ୍ଧାର କିନ୍ତୁ ବଞ୍ଚିଲାନି ଜୀବନ

Facebook
Twitter
LinkedIn

ନୂଆଦିଲ୍ଲୀ : ରାଜସ୍ଥାନ ଦୈାସାରେ ବୋରୱେଲରେ ଫସିଥିବା ଶିଶୁ ମୃତ । ୫୭ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ବୋରବ୍ୱେଲରୁ ବାହାରିଲେ । ଉଦ୍ଧାର ୫ ବର୍ଷର ଶିଶୁ ଆର୍ୟାନକୁ ମୃତ ଘୋଷଣା କଲେ ଡାକ୍ତର । ସୋମବାର ଅପରାହ୍ମ ୩ଟାରେ ଖେଳିଲା ବେଳେ ଖସି ପଡିଥିଲେ । ସୂଚନା ଅନୁସାରେ ୯ ଡିସେମ୍ବର ମଧ୍ୟାହ୍ନରେ ୧୫୦ ଫୁଟର ଏକ ବୋରୱେଲରେ ଖସି ପଡ଼ିଥିଲା ୫ବର୍ଷର ବାଳକ । ତେବେ ଗତ ସୋମବାରଠୁ ତାକୁ ବଞ୍ଚାଇବା ପାଇଁ ଅପରେସନ୍ ଚାଲିଥିଲା । ଜେସିବି ସାଙ୍ଗକୁ ମେସିନ ଲଗାଇ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିଲା ଉଦ୍ଧାର କାର୍ୟ୍ୟ । ବୋରୱେଲରେ ପଡ଼ିବାର ଗୋଟେ ଘଣ୍ଟା ପରେ ଏନଡିଆରଏଫ ଟିମ ଦ୍ବାରା ଉଦ୍ଧାର କାର୍ୟ୍ୟ ଆରମ୍ଭ କରାଯାଇଥିଲା । ୫୬ ଘଣ୍ଟା ଧରି ଚାଲିଥିଲା ଅପରେସନ୍ । ଶେଷରେ ରେସ୍କ୍ୟୁ ଟିମ୍ ଦ୍ବାରା ଉଦ୍ଧାର କରାଯାଇଥିଲା । ହେଲେ ସେତବେଳକୁ ଶେଷ ନିଶ୍ବାସ ତ୍ୟାଗ କରିସାରିଥିଲା ଆର୍ୟ୍ୟନ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login