The Ultimate Managed Hosting Platform
ADVERTISEMENT

କମିଶନରେଟ ପୋଲିସର ଇଆରଏସଏସ ଲୋକାର୍ପିତ

Facebook
Twitter
LinkedIn

ଭୁବନେଶ୍ୱର : କମିଶନରେଟ ପୋଲିସ ପକ୍ଷରୁ ଲୋକାର୍ପିତ ହେଲା ନୂତନ ସେବା । ସ୍ୱତନ୍ତ୍ର ଉତ୍ସବରେ ଯୋଗ ଦେଇ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ଓ ଫାୟାର ସେବା ଯୋଗାଇ ପାରିବ । ୩୦ଟି ଆପାତକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀ ଲୋକାର୍ପିତ । କଟକ ଓ ଭୁବନେଶ୍ୱର କମିଶନରେଟ ଅଞ୍ଚଳରେ ସୁବିଧା ମିଳିବ । ଇଆରଏସଏସର ଅର୍ଥ ହେଉଛି ଆପାତକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀ ବା ଏମଜେନ୍ସିଂ ରେସପନ୍ସ ସପୋର୍ଟ ସିଷ୍ଟମ । ଜରୁରୀକାଳୀନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଓ ଡାଏଲ୍ ୧୧୨ର ଉତ୍ତମ ସେବା ପ୍ରଦାନ ପାଇଁ ଓଡ଼ିଶା ସରକାର ୩୦ଟି ଏମଜେନ୍ସିଂ ରେସପନ୍ସ ସପୋର୍ଟ ସିଷ୍ଟମ ଯାନକୁ ମଞ୍ଜୁର କରିଛନ୍ତି । କଟକ ଓ ଭୁବନେଶ୍ବର କମିଶନରେଟ୍ ଅଞ୍ଚଳରେ ମିଳିବ ସୁବିଧା । ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ଓ ଫାୟାର ସେବା ଯୋଗାଇବ ପୋଲିସ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ପୋଲିସ ବିଭାଗକୁ ଆହୁରି ସଶକ୍ତ କରାଯିବ । ଗୃହ ବିଭାଗରେ ୧୦ ହଜାର ପଦ ପୂରଣ ହେବ । ପୋଲିସର ଶକ୍ତି ଓ ଆତ୍ମବିଶ୍ବାସ ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ । ଆହୁରି ଅଧିକ ଗୃହରକ୍ଷୀ ପଦ ସୃଷ୍ଟି ହେବ । ୫ ହଜାର ଗୃହରକ୍ଷୀ ପଦ ପୂରଣ ପାଇଁ ନିଷ୍ପତ୍ତି ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login