ନେପାଳ : ୪୦ ଯାତ୍ରୀଙ୍କୁ ନେଇ ଯାଉଥିବା ବସ ନଦୀକୁ ଖସିଲା । ନେପାଳ ମାର୍ସାଙ୍ଗଗଡି ନଦୀକୁ ଖସିଲା ଯାତ୍ରୀବାହୀ ବସ । କାଠମାଣ୍ଡୁରୁ ପୋଖରା ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ । ନେପାଳର ତାନାହୁଁରେ ଅବୁଖେରୀନୀ ଅଞ୍ଚଳରେ ଯାତ୍ରୀବାହୀ ବସ୍ ନଦୀକୁ ଖସି ପଡିଛି । ବସରେ ୪୦ ଜଣ ଭାରତୀୟ ଯାତ୍ରୀ ରହିଥିଲେ । ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ବସରେ ଉତ୍ତରପ୍ରଦେଶ ନମ୍ବର ଥିବା ଜଣାପଡିଛି । ତେବେ ଦୁର୍ଘଟଣା ପରେ ୧୪ଟି ମୃତଦେହ ଉଦ୍ଧାର କରାଯାଇଛି । ୧୬ରୁ ଅଧିକ ଯାତ୍ରୀ ସୁରକ୍ଷିତ ଉଦ୍ଧାର କରାଯାଇଛି। ଆଗକୁ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖୁଛି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ବସ୍ ନଦୀରେ ଖସିବା କାରଣ ଏପର୍ୟ୍ୟନ୍ତ ଜଣାପଡିଛି।
Views: 39