The Ultimate Managed Hosting Platform
ADVERTISEMENT

ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାରରେ ପୁରସ୍କୃତ ହେଲେ ୨ ଓଡିଆ ବୈଜ୍ଞାନିକ

Facebook
Twitter
LinkedIn

ନୂଆଦିଲ୍ଲୀ: ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର ପାଇଲେ ୨ ଓଡିଆ ବୈଜ୍ଞାନିକ । ଆଜି ପ୍ରଥମ ଜାତୀୟ ବିଜ୍ଞାନ ପୁରସ୍କାର-୨୦୨୪ ବିତରଣ କରାଯାଇଛି। ଭାରତର ପ୍ରଥମ ଚନ୍ଦ୍ର ଅବତରଣ ପଛରେ ଥିବା ଟିମ୍ଙ୍କ ସମେତ ଦେଶର ୩୩ଜଣ ବୈଜ୍ଞାନିକଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାରରେ ଆଜି ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିରେ ଦୁଇ ଜଣ ଓଡ଼ିଆ ବୈଜ୍ଞାନିକ ସାମିଲ ଅଛନ୍ତି। ଏମାନଙ୍କୁ ବିଜ୍ଞାନ ଯୁବ ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର ପ୍ରଦାନ କରାଯାଇଛି। ଏହି ଦୁଇ ବୈଜ୍ଞାନିକ ହେଲେ, ଡକ୍ଟର ସ୍ବରୂପ କୁମାର ପରିଡ଼ା ଓ ଡକ୍ଟର ଦିଗେନ୍ଦ୍ରନାଥ ସ୍ବାଇଁ। ଡକ୍ଟର ପରିଡ଼ାଙ୍କୁ କୃଷି ଓ ଡକ୍ଟର ସ୍ବାଇଁଙ୍କୁ ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ର ପାଇଁ ପୁରସ୍କାର ମିଳିଛି। ଡକ୍ଟର ପରିଡ଼ା ଦିଲ୍ଲୀସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ପ୍ଲାଣ୍ଟ୍ ଜିନୋମ୍ ରିସର୍ଚ୍ଚ (ଏନ୍ଆଇପିଜିଆର୍)ରେ ବୈଜ୍ଞାନିକ ଭାବେ କାର୍ୟ୍ୟ କରୁଥିବା ବେଳେ ଡକ୍ଟର ସ୍ବାଇଁ ତିରୁଅନନ୍ତପୁରମ୍ସ୍ଥିତ ବିକ୍ରମ ସରାଭାଇ ମହାକାଶ କେନ୍ଦ୍ରରେ ବୈଜ୍ଞାନିକ ଭାବେ କାର୍ୟ୍ୟରତ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login