ଆରବସାଗରରେ ୨୩ ପାକିସ୍ତାନୀଙ୍କୁ ଉଦ୍ଧାର କଲା ଭାରତ । ସୋମାଲିଆ ଲୁଟେରାଙ୍କ କବଳରୁ ପାକିସ୍ତାନୀଙ୍କୁ ଉଦ୍ଧାର । ଭାରତୀୟ ନୈାସେନା ପାଖରେ ଆମ>ସମର୍ପଣ କଲେ ଲୁଟେରା । ରବସାଗରରେ ହାଇଜାକ କରାଯାଇଥିବା ଇରାନୀ ମାଛଧରା ଜାହାଜ ଅଲ-କମ୍ବର ୭୮୬ ଏବଂ ୨୩ ପାକିସ୍ତାନୀ ଚାଳକଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଭାରତୀୟ ନୈାସେନା। ୧୨ ଘଣ୍ଟାରୁ ଅଧିକ ସମୟର ଲମ୍ବା ଅପରେସନ ପରେ ସମୁଦ୍ରି ଲୁଟେରା ଆତ୍ମସମର୍ପଣ କରିଥିଲେ। ମାର୍ଚ୍ଚ୨୮ ତାରିଖରେ ଆରବ ସାଗରରେ ଇରାନର ଫିସିଂ ଭେସଲରେ ୨୩ ପାକିସ୍ତାନୀ ନାଗରିକଙ୍କୁ ଅପହରଣ କରାଯାଇଥିଲା। ମାର୍ଚ୍ଚ ୨୯ ତାରିଖରେ ଭାରତୀୟ ନୌସେନା ନିକଟକୁ ଏନେଇ ଖବର ଆସିଥିଲା। ପରେ ପାକିସ୍ତାନୀ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ବାହାରିଥିଲା ଭାରତୀୟ ନୌସେନା। ଭାରତୀୟ ନୌସେନା ପୂର୍ବରୁ ମଧ୍ୟ ଆରବ ସାଗରରେ ହୋଇଥିବା ଜାହାଜ ଅପହରଣ ଉଦ୍ୟମକୁ ପଣ୍ଡ କରିଛନ୍ତି।
Views: 74