The Ultimate Managed Hosting Platform
ADVERTISEMENT

୨୦୦ରୁ ଅଧିକ ରନ୍ କରି ମଧ୍ୟ ହାରିଲା ଟିମ୍ ଇଣ୍ଡିଆ : ଭାରତଠୁ ବିଜୟ ଛଡାଇନେଲେ ମିଲର-ଡର୍ ଡୁସେନ

Facebook
Twitter
LinkedIn

ନୂଆଦିଲ୍ଲୀ : କ୍ରମାନ୍ୱୟରେ ୧୨ଟି ଟି-ଟ୍ୱେଣ୍ଟି ଜିତିଥିବା ଟିମ୍ ଇଣ୍ଡିଆର ବିଜୟଧାରାରେ ବ୍ରେକ୍ ଲାଗିଛି । ୧୨ଟି ଟି-ଟ୍ୱେଣ୍ଟି ଜିତିଥିବା ଭାରତୀୟ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ସର୍ବାଧିକ ବିଜୟ ରେକର୍ଡରୁ ବଞ୍ଚିତ ହୋଇଛି । ଆଜି ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲାରେ ଭାରତ ୭ ୱିକେଟ୍‌ରେ ପରାଜିତ ହୋଇଥିଲା । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୪ ୱିକେଟ୍ ବିନିମୟରେ ୨୧୧ ରନ୍ ସଂଗ୍ରହ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୧୯.୧ ଓଭରରେ ୩ ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା । ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବା ମିଲର ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।

ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତର ଦୁଇ ଯୁବ ଓପନର କିଷନ ଓ ଋତୁରାଜ ଗାଏକୱାଡ୍ ଦୃଢ ବ୍ୟାଟିଂ କରି ୫୭ ରନ୍ ସଂଗ୍ରହ କରିଥିଲେ ଗାଏକଓ୍ବର୍ଡ ୩ଛକା ବଳରେ ୨୩ ରନ୍ କରି ପ୍ରଥମେ ଆଉଟ୍ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଆୟର ଅପରାଜିତ କିଷନଙ୍କ ସହ ମିଶି ଦଳୀୟ ସ୍କୋରକୁ ଦ୍ରୁତ ବେଗରେ ଆଗେଇ ନେଇଥିଲେ । ଉଭୟ ପଟୁ ଚୌକା ଓ ଛକାର ବର୍ଷା ହୋଇଥିଲା । କିଷନ ୩୩ଟି ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ପରବର୍ତ୍ତୀ ୪୦ଟି ବଲ୍‌ରେ ଉଭୟ ୮୦ ରନ୍ ଯୋଗ କରିଥିଲେ । ଦଳୀୟ ସ୍କୋର ୧୩୭ ବେଳେ କିଷନଙ୍କ ୱିକେଟ୍‌ର ପତନ ଘଟିଥିଲା ।

ସେ ୪୮ଟି ବଲ୍‌ରୁ ୧୧ଚୌକା ଓ ୩ ଛକା ବଳରେ ୭୬ ରନ୍ କରିଥିଲେ । ଏତିକିରେ ଭାରତର ଆକ୍ରମଣ ଥମି ନଥିଲା । ମଧ୍ୟ ଭାଗରେ ଅପରାଜିତ ଆୟରଙ୍କ ସମେତ ପନ୍ତ ଓ ପାଣ୍ଡ୍ୟା ଉପଯୋଗୀ ଇନିଂସ ଖେଳି ଦଳୀୟ ସ୍କୋରକୁ ୨୧୧ରେ ପହଞ୍ଚାଇଥିଲେ । ଆୟର ୨୭ଟି ବଲରୁ ୩୬(୧ଚୌକା, ୩ଛକା), ପନ୍ତ ୧୬ଟି ବଲ୍‌ରୁ ୨୬(୨ଚୌକା, ୨ଛକା) ରନ୍ କରି ଆଉଟ୍ ହୋଇଥିଲେ । ଫିଟ୍ ହୋଇ ଫେରିଥିବା ପାଣ୍ଡ୍ୟା ମାତ୍ର ୧୨ଟି ବଲ୍ ଖେଳି ୨ଚୌକା ଓ ୩ଟି ଛକା ବଳରେ ଅପରାଜିତ ୩୧ ରନ୍ କରିଥିଲେ । ୧୨୦ଟି ବଲ୍‌ରେ ୨୧୨ ରନ୍‌ର ଲକ୍ଷ୍ୟ ସହଜ ନଥିଲା । ଦକ୍ଷିଣ ଆଫ୍ରିକା ୨୨ ରନ୍‌ରେ ପ୍ରଥମ ୱିକେଟ୍ ହରାଇଥିଲା । ଓପନର ତେମ୍ବା ବଭୁମା ୧୦ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ଡ୍ୱେନ ପ୍ରିଟୋରିୟସ୍ ଅନ୍ୟ ଓପନର କ୍ୱିଣ୍ଟନ ଡି କକ୍‌ଙ୍କ ସହ ମିଶି ଦଳୀୟ ସ୍କୋରକୁ ୬୧ରେ ପହଞ୍ଚାଇଥିଲେ । ପ୍ରିଟୋରିୟସ୍ ୧୩ଟି ବଲ୍‌ରୁ ୨୯(୧ଚୌକା, ୪ଛକା) ରନ କରି ଆଉଟ୍ ହୋଇଥିଲେ । ପରେ ପରେ ଡି କକ୍‌(୨୨)ପାଭିଲିୟନ ଫେରିଥିଲେ । ୮୧ ରନ୍‌ରେ ୩ଟି ୱିକେଟ୍‌ର ପତନ ଘଟିଥିଲା ।

୬୮ ବଲ୍‌ରେ ବିଜୟ ପାଇଁ ୧୩୧ ରନ୍ ଆବଶ୍ୟକ ହେଉଥିଲା । ଘରୋଇ ଦଳର ବିଜୟ ଉଜ୍ଜ୍ୱଳ ଦେଖାଯାଉଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକା ବିଜୟ ପାଇଁ ସବୁ ଶକ୍ତି ଲଗାଇ ଦେଇଥିଲା । ରାଶିଭାନ ଡର ଡୁସେନ ଓ ଡେଭିଡ୍ ମିଲର ଧୂଆଁଧାର ବ୍ୟାଟିଂ କରି ଭାରତ ଠାରୁ ବିଜୟ ଛଡ଼ାଇ ନେଇଥିଲେ । ୧୭ ଓଭର ଖେଳ ଖେଲ ଶେଷ ସୁଦ୍ଧା ଦଳୀୟ ସ୍କୋର ୧୭୮ରେ ପହଞ୍ଚି ଯାଇଥିଲା । ୩ଓଭରରେ ବିଜୟ ପାଇଁ ୩୪ ରନ୍ ଆବଶ୍ୟକ ଥିଲା । ୧୮ତମ ଓଭରରେ ଉଭୟ ୨୨ ରନ୍ ସଂଗ୍ରହ କରି ଦଳୀୟ ସ୍କୋରକୁ ୨୦୦ରେ ପହଞ୍ଚାଇଥିଲେ । ୧୨ ବଲ୍‌ରେ ୧୨ ରନ୍ ବାକି ଥିଲା । ୧୯ତମ ଓଭରରରେ ୮ ରନ୍ ସଂଗ୍ରହ ହୋଇଥିଲା । ୨୦ତମ ଓଭର୍‌ର ପ୍ରଥମ ବଲ୍‌ରେ ଡୁସେନ ଚୌକା ମାରି ଦଳକୁ ବିଜୟୀ କରାଇଥିଲେ । ୫ଟି ବଲ୍ ବାକି ଥାଇ ଦକ୍ଷିଣ ଆଫ୍ରିକା ବିଜୟ ହାସଲ କରିଥିଲା । ଡୁସେନ୪୬ଟି ବଲ୍‌ରୁ ୭ଚୌକା ଓ ୫ଛକା ବଳରେ ୭୫ ଓ ମିଲର ୩୧ଟି ବଲ୍‌ରୁ ୬୪(୪ଚୌକା, ୫ଛକା) ରନ୍ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଫୁଲୁଛି ବ୍ରାହ୍ଣଣୀ : ସପ୍ତାହେ ହେଲାଣି କମୁନି ଜଳସ୍ତର, ସେପଟେ ମନ୍ଦିରା ଡ୍ୟାମ ଖୋଲିଲା ୮ ଗେଟ

ବୈତରଣୀରେ ବନ୍ୟା : ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର ନିଦେ୍ର୍ଦଶ

ମୟୂରଭଞ୍ଚ : ମୟୂରଭଞ୍ଚ ଓ କେନ୍ଦୁଝରରେ ଅତ୍ୟଧିକ ବର୍ଷା । ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି । ସୁବର୍ଣ୍ଣରେଖା, ଜଳକା ଓ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି...

ଓମ ଶାନ୍ତିରୁ ମୋଦିଙ୍କ ସମ୍ବୋଧନ; କଳ୍ପନାଠୁ ବି ବଡ ଦଣ୍ଡ ମିଳିବ , ଆତଙ୍କବାଦୀଙ୍କୁ ମାଟିରେ ମିଶେଇଦେବୁ

ପୁଣି ବିଶ୍ୱର ୧ ନଂ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ୧ ନଂ ଲୋକପ୍ରିୟ ନେତା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକୀୟ ବ୍ୟବସାୟିକ ଗୁଇନ୍ଦା କମ୍ପାନୀ ମର୍ଣ୍ଣିଂ କନସଲ୍ଟ ଜୁଲାଇ...

ADVERTISEMENT