May 15, 2024 8:12 am

The Ultimate Managed Hosting Platform
ADVERTISEMENT

ଚାରି ଦିନ ଯାଏଁ ବର୍ଷା ଓ ଘଡଘଡି ସମ୍ଭାବନା : ପାଣିପାଗ ବିଭାଗ ଦ୍ୱାରା ୟେଲୋ ଓ୍ୱାର୍ଣ୍ଣିଂ ଜାରି

Facebook
Twitter
LinkedIn

ଭୁବନେଶ୍ୱର : ଆଗାମୀ ୪ ଦିନ ଯାଏ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା । ୧୨ ଜିଲ୍ଲାର ବହୁ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏଥିପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଗତ କିଛି ଦିନ ଧରି ରାଜ୍ୟରେ ଅସମ୍ଭାଳ ତାତି ଓ ଗୁଳୁଗୁଳି ଅନୁଭୂତ ହେଉଥିଲା । ପଶ୍ଚିମ ଓଡି଼ଶାରେ ବହୁଥିବା ତତଲା ହାୱାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଥିଲା ।

ଗୁରୁବାର ୧୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ୫ ସହରର ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ରହିଥିଲା । ପ୍ରଚଣ୍ଡ ତାତିରେ ଲୋକେ ଛଟପଟ ହେଉଥିଲେ । ଉପକୂଳରେ ତାତି କମ୍ ରହୁଥିଲେ ବି ଭୀଷଣ ଗୁଳୁଗୁଳି ନାକେଦମ୍ କରୁଥିଲା । ଶୁକ୍ରବାରଠୁ ଏଥିରୁ ମୁକ୍ତି ମିଳିଛି । ରାଜ୍ୟର ଅଧିକାଂଶ ଜିଲ୍ଲା ଥଣ୍ଡା ପଡ଼ିଛି । ଟିଟିଲାଗଡ଼ରେ ଦିନକରେ ତାପମାତ୍ରା ପ୍ରାୟ ୧୪ ଡିଗ୍ରୀ କମିଛି । ଶୁକ୍ରବାର ଏହା ୩୧.୭ ଡିଗ୍ରୀକୁ ଖସି ଆସିଛି । ସେପଟେ ବଲାଙ୍ଗୀରରେ ମଧ୍ୟ ଦିନକରେ ତାପମାତ୍ରା ୮.୮ ଡିଗ୍ରୀ କମିଛି । ଶନିବାରଠାରୁ ତାପମାତ୍ରା ଆହୁରି କମିବା ସହ କିଛି ସ୍ଥାନରେ ବର୍ଷା ହେବ । ରାଜ୍ୟର ୧୨ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାକାନ୍ତ ଦାଶ କହିଛନ୍ତି ।

ADVERTISEMENT
Facebook
Twitter
LinkedIn
ADVERTISEMENT

Recent News

ବୁଡିଲା ସେୟାର ବଜାର, ସେନସେକ୍ସ ୭୦୦ ଅଙ୍କ ଖସିଲା

ବୁଡିଲା ସେୟାର ବଜାର, ସେନସେକ୍ସ ୭୦୦ ଅଙ୍କ ଖସିଲା

ମୁମ୍ବାଇ: ସୋମବାର ଶେୟାର ବଜାରରେ କମ୍ପନ ଦେଖାଦେଇଛି। ବଜାର ଖୋଲିବାମାତ୍ରେ ସେନସେକ୍ସ ୭୦୦ ଅଙ୍କ ଖସିଛି। ଏହା ସହିତ ଟାଟାର ଶେୟାର ଧରାଶାୟୀ ହୋଇଛି। ମୁଦ୍ରାସ୍ଫୀତି ତଥ୍ୟ...

ନୁଡୁଲ୍ସ ନେଲା ବାଳକର ଜୀବନ ! ପରିବାର ସଦସ୍ୟ ଅସୁସ୍ଥ

ନୁଡୁଲ୍ସ ନେଲା ବାଳକର ଜୀବନ ! ପରିବାର ସଦସ୍ୟ ଅସୁସ୍ଥ

ନୂଆଦିଲ୍ଲୀ: ନୁଡୁଲ୍ସ ଖାଇବା ପରେ ଚାଲିଗଲା ବାଳକର ଜୀବନ। ଉତ୍ତରପ୍ରଦେଶର ପିଲିଭିତରେ ଘଟିଛି ଏଭଳି ଘଟଣା। ଗୋଟାଏ ପରିବାରର ୬ଜଣ ଲୋକ ନୁଡୁଲ୍ସ ଖାଇବା ପରେ ଅସୁସ୍ଥ...

ADVERTISEMENT
୨ ପୋଲିଂ ଅଫିସର ସସପେଣ୍ଡ

୨ ପୋଲିଂ ଅଫିସର ସସପେଣ୍ଡ

ଭୁବନେଶ୍ବର : ଓଡ଼ିଶାରେ ଚାଲିଛି ପ୍ରଥମ ପର୍ୟ୍ୟାୟ ମତଦାନ। ତେବେ ନିର୍ବାଚନ କାର୍ୟ୍ୟରେ ଅବହେଳା ପାଇଁ ୨ ପୋଲିଂ ଅଧିକାରୀ ନିଲମ୍ବିତ । କଳାହାଣ୍ଡି ନର୍ଲାର ଏକ...

Login