ସମ୍ବଲପୁର : ହୀରାକୁଦ ଜଳ ଭଣ୍ଡାରର ଆଉ ୨ଟି ଗେଟ ବନ୍ଦ ହେଲା । ବାମ ପାଶ୍ୱର୍ରେ ୮ ଓ ଦକ୍ଷିଣ ପାଶ୍ୱର୍ରେ ୪ଟି ଗେଟ ଖୋଲା ରହିଛି । ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୭ ହଜାର ୨୭୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୯ ହଜାର ୭୪୦ କ୍ୟୁସେକ ଜଳ । ସୂଚନା ଅନୁସାରେ ରହିବାର ଦିନ ୨୦ଟି ଗେଟ ଖୋଲାଯାଇଥିଲା । ଉପର ମୁଣ୍ଡରେ ଜଳ ପ୍ରବାହ କମୁଥିବାରୁ ଏହି ଗେଟ ବନ୍ଦ କରାଯାଇଛି । ଅନ୍ୟପଟେ ହୀରାକୁଦର ଗେଟ ବନ୍ଦ କରାଯିବାରୁ କଟକ ମୁଣ୍ଡଳିର ଜଳସ୍ତର କମିବା ଦେଖିବାକୁ ମିଳୁଛି ।
Views: 93











