ଭୁବନେଶ୍ୱର : ୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସଆରସି । ବଲାଙ୍ଗିର,ମୟୂରଭଞ୍ଜ, ସମ୍ବଲପୁର ଓ ପୁରୀ ଜିଲ୍ଲାପାଳଙ୍କୁ ଆଲର୍ଟ । ଜଳମଗ୍ନ ହୋଇପାରେ ତଳିଆ ଅଞ୍ଚଳ ଓ ବୁଡିପାରେ ରାସ୍ତା, ପୋଲ । ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ନିଦେ୍ର୍ଦଶ । ଝାଡ଼ଖଣ୍ଡ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉପରେ ରହିଥିବା ଘୂର୍ଣ୍ଣିବଳୟ ସହ ସକ୍ରିୟ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଡ୍ରେନେଜ୍ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବାକୁ ଏସ୍ଆର୍ସି କହିଛନ୍ତି। ଏହା ସହିତ ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ନେବା ଉପରେ ଗୁରୁତ୍ବାରୋପ କରାଯାଇଛି। ତଳିଆ ଅଞ୍ଚଳରେ ପାଣିଜମିବା ଆଶଙ୍କା ଥିବା ସ୍ଥାନରେ ମଟରପମ୍ପର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।
Views: 75











