ଭୁବନେଶ୍ୱର : ଆସନ୍ତା ସୋମବାର ଦୀପାବଳି ପାଇଁ ସ୍କୁଲ ଛୁଟି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ସୂଚନା । ତେବେ ୨୧ ତାରିଖ ପରିବର୍ତ୍ତେ ୨୦ ତାରିଖରେ ପାଳନ ହେବ ଦୀପାବଳି ପର୍ବ । ଅନ୍ୟପଟେ ଆସନ୍ତା ୨୦ ତାରିଖ ଦୀପାବଳି ପର୍ବ ଉପଲକ୍ଷେ ଅତିରିକ୍ତ ଛୁଟି । ପୂର୍ବରୁ ଘୋଷିତ ୨୧ ତାରିଖ ଛୁଟି ମଧ୍ୟ ବଳବତ୍ତର ରହିବ । ମାତ୍ର ୨୧ ତାରିଖରେ ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ସଂସ୍ଥା ଖୋଲା । ନୂଆପଡା ବ୍ୟତୀତ ରାଜ୍ୟର ଅନ୍ୟସବୁ ସରକାରୀ କାର୍ଯ୍ୟାଳୟ ୨ ଦିନ ବନ୍ଦ ରହିବ । ନୂଆପଡାରେ ୨୦ ତାରିଖରେ ଅଫିସ ଖୋଲା , କେବଳ ୨୧ ତାରିଖ ଛୁଟି । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
Views: 68











