ଭୁବନେଶ୍ୱର : ସୈନିକ ସ୍କୁଲ ନିକଟବର୍ତି ପଡ଼ିଆରୁ ଅଳିଆ ଡମିଂ ୟାର୍ଡ ହଟାଇବା ଦାବିରେ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଭାରତୀୟ କ୍ଷେତ ମଜଦୁର ୟୁନିୟନ ବା ବିକେଏମ୍ ପକ୍ଷରୁ ଡମିଂ ୟାର୍ଡ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଜି ପୂର୍ବାହ୍ନରେ ଦୁଇ ସଂଗଠନର ନେତା ଓ କର୍ମୀମାନେ ଗାଡ଼କଣଠାରୁ ଏକ ଶୋଭାଯାତ୍ରାରେ ବାହାରି ସମଗ୍ର ଅଞ୍ଚଳ ପରିକ୍ରମା ପୂର୍ବକ ଡମିଂ ୟାର୍ଡ ନିକଟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗାଡ଼କଣ, ରଙ୍ଗମାଟିଆ, ଭୋଟପଡ଼ା, ରେଲୱେ କଲୋନୀ, ଆଦିମାତା କଲୋନୀ, ଭିଏସଏସ ନଗର, ଗଜପତି ନଗର ଓ ସୈନିକ ସ୍କୁଲ ଅଞ୍ଚଳରେ ବାସ କରୁଥିବା ୫୦ ହଜାର ନରନାରୀ ଏବଂ ଶିଶୁଙ୍କ ପ୍ରତି ବିପଦ ସାଜିଛି ଅଳିଆ ଡମିଂ ୟାର୍ଡ। ଏହାର ଦୁର୍ଗନ୍ଧ ଓ ପ୍ରଦୂଷଣ ଯୋଗୁ ଏ ଅଞ୍ଚଳରେ ଭଡ଼ା ନେଇ ବାସ କରୁଥିବା ଲୋକମାନେ ଘର ଛାଡ଼ି ଚାଲିଗଲେଣି ଏବଂ ଘର ମାଲିକମାନେ ଘର ବିକ୍ରି କରିଦେଉଛନ୍ତି । ମାତ୍ର ସ୍ଥାୟୀ ବାସିନ୍ଦାମାନେ କରିବେ କ’ଣ ? ବିଜୁ ପଟ୍ଟନାୟକ କ’ଣ ସୈନିକ ସ୍କୁଲ ପ୍ରତିଷ୍ଠା କରିଥିଲେ ତାଙ୍କ ପୁଅ ସେଠାରେ ଅଳିଆର ପାହାଡ଼ ଜମା କରିବା ପାଇଁ ? ଏହା ସମଗ୍ର ଅଞ୍ଚଳକୁ ପ୍ରଦୂଷିତ କରିବା ସହିତ ସାଧାରଣ ଜୀବନଯାତ୍ରାକୁ ଦୁର୍ବିସହ କରୁଥିବାରୁ ଡମିଂ ୟାର୍ଡକୁ ସେଠାରୁ ହଟାଇ ନିଆଯାଉ। ସେଠାରେ ବିକେଏମୟୁର ରାଜ୍ୟ ସହ ସମ୍ପାଦକ ଶଙ୍କର ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମାବେଶରେ ସିପିଆଇର ରାଜ୍ୟ ସମ୍ପାଦକ ଅଭୟ ସାହୁ, କୃଷକ ସଭାର ସର୍ବ ଭାରତୀୟ ଉପସଭାପତି ଆଶିଷ କାନୁନ୍ଗୋ, ଜାତୀୟ ପରିଷଦ ସଭ୍ୟ କ୍ଷୀରୋଦ ସିଂହଦେଓ, ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଜୟନ୍ତ ଦାସ ଓ ବିକେଏମ୍ର ରାଜ୍ୟ ସମ୍ପାଦକ ସୁର ଜେନା ଉଦ୍ବୋଧନ ଦେଇ ଥିଲେ ।
ସୈନିକ ସ୍କୁଲ ପଡ଼ିଆରୁ ଅଳିଆ ଡମ୍ପିଂ ୟାର୍ଡ ହଟାଇବା ଦାବିରେ ଆନେ୍ଦାଳନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











