ଚଣ୍ଡିଗଡ : ହରିୟାଣାର ନୂଆ ମୁଖୟମନ୍ତ୍ରୀ ହେବେ ନାୟବ ସିଂ ସୈନୀ । ବିଧାୟକ ଦଳ ବୈଠକରେ ସୈନୀଙ୍କ ନାଁରେ ମୋହର । ଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯିବା ପରେ ଆନୁଷ୍ଠାନିକ ଭାବେ ତାଙ୍କ ନାମ ଘୋଷଣା କରାଯାଇଛି। ବିଧାୟକ ଦଳ ବୈଠକ ପରେ ନାୟବ ସୈନିଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଥିଲା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କୁ ଫୁଲ ଦେଇ ଅଭିନନ୍ଦନ ଜଣାଇଥିଲେ। ନାୟବ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ସୂଚନା ରହିଛି । ଚନା ମୁତାବକ, ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ଏହା ପରେ ବିଜେପିରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ବିଚାର ବିମର୍ଶ କରିବା ପାଇଁ ଚଣ୍ଡିଗଡ଼ରେ ବିଧାୟକ ଦଳର ବୈଠକ ଆରମ୍ଭ ହୋଇଥିଲା।
Views: 156











