ଭୁବନେଶ୍ୱର :ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ପାରିତୋଷିକ, ଭତ୍ତା ବଢିଲା । ଜିଲ୍ଲା ପରିଷଦ ସଦସ୍ୟ , ପଞ୍ଚାୟତ ସମିତି ସଭ୍ୟ , ସରପଞ୍ଚଙ୍କ ଭତ୍ତା ବୃଦ୍ଧି । ଜିଲ୍ଲା ପରିଷଦ ସଭାପତି ଏଣିକି ମାସିକ ପାଇବେ ୩୦ ହଜାର । ଜିଲ୍ଲା ପରିଷଦ ଉପସଭାପତି ମାସିକ ପାଇବେ ୨୦ ହଜାର ଟଙ୍କା । ଜିଲ୍ଲା ପରିଷଦ ସଭ୍ୟଙ୍କ ମାସିକ ପାରିତୋଷିକ ହେଲା ୧୦ ହଜାର । ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନେ ମାସକୁ ପାଇବେ ୧୫ ହଜାର । ସୂଚନାଯୋଗ୍ୟ ଯେ ପୂର୍ବରୁ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ବାବଦରେ ୭୯.୮୮ କୋଟି ଟଙ୍କା ଖର୍ଚ୍ଚ ହୋଉଥିଲା। ବର୍ଦ୍ଧିତ ରାଶି ଅନୁଯାୟୀ ଏବେ ୨୪୨.୫୬ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାର ଏଥିପାଇଁ ୧୬୨.୬୮ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ବହନ କରିବେ। ଏହା ବ୍ୟତିତ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପଦବୀରେ ଥିବା ସମୟରେ ବିୟୋଗ ଘଟିଲେ ଅନୁକମ୍ପମୂଳକ ସହାୟତା ରାଶି ବାବଦରେ ୨ ଲକ୍ଷ ଟଙ୍କା ମିଳିବ ।
Views: 68











