ନୂଆଦିଲ୍ଲୀ: ଲାକ୍ଷାଦ୍ବୀପ ଏନସିପି ସାଂସଦ ମହମ୍ମଦ ଫୈଜଲ ଫେରିପାଇଲେ ଲୋକସଭା ସଦସ୍ୟତା। କେରଳ ହାଇକୋର୍ଟ ତାଙ୍କ ବିରୋଧରେ ଲାଗିଥିବା ଆରୋପ ଖାରଜ କରିବା ପରେ ସଦସ୍ୟତା ପୁନର୍ବାହାଲ କରିବାକୁ ସେ ଆବେଦନ କରିଥିଲେ । ଏନେଇ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ । ଏହାପରେ ତାଙ୍କ ଲୋକସଭା ସଦସ୍ୟତାକୁ ପୁନର୍ବାହାଲ କରଯାଇଛି । ଏ ନେଇ ଲୋକସଭା ସଚିବାଳୟ ବିଜ୍ଞପ୍ତି ଜାରିକରିଛି । ଏହାସହ ଉପନିର୍ବାଚନ ଘୋଷଣାକୁ ମଧ୍ୟ ରଦ୍ଦ କରାଯାଇଛି ।
ରାୟକୁ ଚ୍ୟାଲେଞ୍ଜ କରି କେରଳ ହାଇକୋର୍ଟ ଯାଇଥିଲେ ଫୈଜଲ। ତେବେ ଜାନୁଆରୀ ୧୩ରେ ତାଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଥିଲା। ୧୮ଜାନୁଆରୀରେ ଲାକ୍ଷାଦ୍ବୀପରେ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ଘୋଷଣା କରିଥିଲେ । ତେବେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ଫୈଜଲ । କେରଳ ହାଇକୋର୍ଟ ତାଙ୍କ ଆରୋପ ଖାରଜ ପରେ ଜାନୁଆରୀ ୨୭ରେ ଆଇନ ଅନୁସାରେ ପଦକ୍ଷେପ ନେବାକୁ ସର୍ବୋଚ୍ଚ କୋର୍ଟଙ୍କୁ ଜଣାଇଥିଲେ ନିର୍ବାଚନ କମିଶନ। ଗତକାଲି ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ହୋଇଥିବା ବେଳେ ତାଙ୍କ ଲୋକସଭା ସଦସ୍ୟତା ପୁନର୍ବାହାଲ କରାଯାଇଛି ।
ଏହାକୁ ଉଦାହରଣ ଭାବେ ଦର୍ଶାଇ ଆଇନଗତ ଲଢ଼େଇ ଲଢିପାରନ୍ତି ରାହୁଲ ଗାନ୍ଧୀ। ଆରୋପ ଖାରଜ ସହ ଲୋକସଭା ସଦସ୍ୟତା ପୁନର୍ବାହାଲ ପାଇଁ ଉଦ୍ୟମ କରିବ ରାହୁଲଙ୍କ ଲିଗାଲ୍ ଟିମ୍। ରାହୁଲ ଗାନ୍ଧୀ ଓ୍ବାଏନାଡରୁ ଲୋକସଭା ସାଂସଦ ନିର୍ବାଚିତ ହୋଇଥିଲେ। ଲୋକସଭା ସଦସ୍ୟତା ଯିବା ପରଠୁ ଓ୍ବାଏନାଡ୍ ଆସନ ଖାଲି ରହିଛି। ତେବେ ଲାକ୍ଷାଦ୍ବୀପ ସାଂସଦ ମହମ୍ମଦ ଫୈଜଲ ପୁଣି ସଦସ୍ୟତା ଫେରି ପାଇଥିବାରୁ ଏହି ଆଧାରରେ ରାହୁଲ ବି ସଂସଦ ପଦ ଫେରି ପାଇବା ନେଇ ଆଶା ବଢିଛି। ମହମ୍ମଦ ଫୈଜଲଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ୧୦ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ କୋର୍ଟ।
ସାଂସଦ ମହମ୍ମଦ ଫୈଜଲ ଫେରିପାଇଲେ ଲୋକସଭା ସଦସ୍ୟତା
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











