ଭୁବନେଶ୍ୱର : ସହରାଞ୍ଚଳ ଗରିବଙ୍କ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ପ୍ରୟାସ “ସହଯୋଗ” । ସୂଚନା ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ହାତ ପାହାନ୍ତରେ ବିଭିନ୍ନ ଯୋଜନାର ଫାଇଦା ପହଁଚାଇବ ସହଯୋଗ । ପ୍ରାରମ୍ଭିକ ଭାବେ ୮ଟି ବିଭାଗର ୧୩ ଯୋଜନା ସାମିଲ । ଆବାସ, ରାସନ କାର୍ଡ, ଭିନ୍ନକ୍ଷମ ପରିଚୟପତ୍ର, ସୁଭଦ୍ରା, ଶ୍ରମ କାର୍ଡ, ମଧୁବାବୁ ପେନସନ, ସୁକନ୍ୟା ଆୟୁଷ୍ମାନ ଭଳି ୧୩ ଯୋଜନା ସାମିଲ । ଆଗାମୀ ଦିନରେ ଏଥିରେ ଆହୁରି ଅନେକ ଯୋଜନା ସାମିଲ କରାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ଯେ, ଟାଟା ଫାଉଣ୍ଡେସନ ଟ୍ରଷ୍ଟ ସହଯୋଗରେ ବିଭିନ୍ନ ପୌରାଞ୍ଚଳରେ ଥିବା ଫ୍ରଣ୍ଟଲାଇନ୍ ୱାର୍କରମାନେ ଏନେଇ ସର୍ଭେ କରିବା ସହ ବିଭିନ୍ନ ଯୋଜନାକୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଦିଗରେ କାମ କରିବେ। ଆଜିଠାରୁ ୨ ମାସ ଧରି ଚାଲିବ ଏହି ଅଭିଯାନ। ଡୋର ଟୁ ଡୋର ସର୍ଭେ କରିବେ ଫ୍ରଣ୍ଟଲାଇନ୍ ୱାର୍କର।
Views: 10