The Ultimate Managed Hosting Platform
ADVERTISEMENT

ସଲମାନଙ୍କ ଜନ୍ମ ଦିନରେ ଆସିବ ସିକନ୍ଦର ଟିଜର

Facebook
Twitter
LinkedIn

ବଲିଉଡର ଦବଙ୍ଗ ଖାନ୍ ସଲମାନଙ୍କ ଆଗାମୀ ଫିଲ୍ମ ‘ସିକନ୍ଦର’କୁ ତାଙ୍କ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ଆସନ୍ତା ୨୭ ତାରିଖରେ ସଲମାନ୍ ତାଙ୍କର ୫୯ ତମ ଜନ୍ମଦିନ ପାଳନ କରିବେ। ଏହି ଅବସରରେ ତାଙ୍କ ପ୍ରଶଂସକମାନଙ୍କ ଉଦ୍ଦେଶ୍ୟରେ ଫିଲ୍ମର ପ୍ରଯୋଜକ ସାଜିଦ୍ ନାଡିୟାଦୱାଲା ଏହି ଦିନ ‘ସିକନ୍ଦର’ର ଟିଜର୍ ଓ ଫାଷ୍ଟଲୁକ୍ ଜାରି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏ.ଆର୍ ମୁରୁଗାଦୋସ ଏହାର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି। ସଲମାନ୍ ଲଗାତାର ଛଅମାସ ହେଲାଣି ଏହାର ସୁଟିଂରେ ବ୍ୟସ୍ତ ଅଛନ୍ତି। ଜାନୁଆରୀରେ ଏହାର ସୁଟିଂ ଶେଷ ହେବ। ଏଥିରେ ସଲମାନ୍ଙ୍କ ବିପକ୍ଷରେ ସାଉଥ୍ର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଦେଖାଯିବେ। ଏହା ଆସନ୍ତା ବର୍ଷ ଇଦ୍ ଅବସରରେ ରିଲିଜ୍ ହେବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login