ଅନ୍ୟ ସବୁ ରୁତୁ ଅପେକ୍ଷା ଶୀତ ଦିନେ ତୂଚାର ସମସ୍ୟା ଦେଖାଦେଇଥାଏ । କାରଣ ଏହିଦିନ ଜଳବାୟୁ କାରଣରୁ ତ୍ୱଚା ଶୁଷ୍କ ହୋଇଯାଏ । ତ୍ୱଚାକୁ ମୁଲାୟମ ରଖିବା ପାଇଁ ଅନେକ ପ୍ରକାରର ଘରୋଇ ଟିପ୍ସ ମଧ୍ୟ ଲୋକମାନେ ଆପଣାଇଥାନ୍ତି । କିନ୍ତୁ ଏହାର ରେଜଲ୍ଟ ଯଦି ଭଲ ନଆସେ ତେବେ ଏହା ଚିନ୍ତାର କାରଣ ପାଲଟିଯାଏ । ମୁହଁ ହେଉ ଅବା ହାତ କିମ୍ବା ପାଦ, ସବୁ ପ୍ରତି ଏହି ସମୟରେ ଯଥେଷ୍ଟ ଧ୍ୟାନ ଦେବାକୁ ପଡ଼ିଥାଏ । ତେବେ ତ୍ୱଚା ଓ ହାତ ପାଇଁ ତ ସମସ୍ତେ କିଛି ନା କିଛି ଉପାୟ ଆପଣାଇଥାନ୍ତି । କିନ୍ତୁ ପାଦ କଥା ଧ୍ୟାନକୁ ଆସିଲେ ସମସ୍ତେ ଚିନ୍ତାରେ ପଡ଼ିଯାନ୍ତି । ଗୋଇଠି ଫାଟିବା ସମସ୍ୟା ସମସ୍ତଙ୍କ ମଧ୍ୟରେ ଦେଖାଯାଏ । କିନ୍ତୁ ଏହାପ୍ରତି ଅବହେଳା ହେଉଥିବା କାରଣରୁ ଅନେକ ସମସ୍ୟା ଦେଖାଯାଏ । ଆସନ୍ତୁ ଜାଣିବା ଗୋଇଠି ଫଟାର ଉପଚାର-
ମହୁ : ମହୁ ହେଉଛି ଏକ ପ୍ରାକୃତିକ ଆଣ୍ଟିସେପ୍ଟିକ୍ ଯାହା ଫାଟିଯାଇଥିବା ଗୋଇଠିକୁ ଭଲ କରିବାରେ ସାହାଯ୍ୟ କରେ । ଏହା ମଧ୍ୟ ଚର୍ମକୁ ଶୁଷ୍କ ହେବାକୁ ରୋକିଥାଏ । ଏକ କପ୍ ଗରମ ପାଣିରେ ଏକ କପ୍ ମହୁ ମିଶାନ୍ତୁ । ସେହି ପାଣିରେ ପାଦକୁ ସଫା କରନ୍ତୁ ଏବଂ ୨୦ ମିନିଟ୍ ପାଇଁ ଧୀରେ ଧୀରେ ମାଲିସ୍ କରନ୍ତୁ । କିଛି ସପ୍ତାହ ଶୋଇବା ପୂର୍ବରୁ ଏହା ନିୟମିତ କରନ୍ତୁ, ଦେଖିବେ କିଛି ଦିନ ମଧ୍ୟରେ ଆପଣଙ୍କ ପାଦ ସମସ୍ୟା ଦୂର ହୋଇଯିବ ।
ଭେସଲିନ୍ ଏବଂ ଲେମ୍ବୁ ରସ : ଲେମ୍ବୁ ଏବଂ ଭେସଲିନ୍ ଫାଟିଯାଇଥିବା ପାଦକୁ ସହଜରେ ଭଲ କରିଥାଏ । ପାଦକୁ ଉଷୁମ ପାଣିରେ ପ୍ରାୟ ୧୫ ମିନିଟ୍ ବୁଡାଇ ରଖନ୍ତୁ । ଏହା ପରେ ୧ ଚାମଚ ଭେସଲିନ୍ ଏବଂ ଅଳ୍ପ ବୁନ୍ଦା ଲେମ୍ବୁ ରସ ମିଶାନ୍ତୁ । ଏହି ମିଶ୍ରଣକୁ ଆପଣ ଗୋଇଠି ଏବଂ ପାଦର ଅନ୍ୟ ଅଂଶରେ ଭଲ ଭାବରେ ଲଗାନ୍ତୁ । ଏହି ରସକୁ ପାଦରେ ରାତି ସାରା ଲଗେଇ ରଖନ୍ତୁ ଏବଂ ସକାଳେ ଧୋଇ ଦିଅନ୍ତୁ । ଶୋଇବା ପୂର୍ବରୁ ନିୟମିତ ଏହାକୁ କରନ୍ତୁ ।
ଶୀତଦିନେ ଆପଣଙ୍କର ଫାଟୁଛି କି , ଆପଣାନ୍ତୁ ଏହି ଉପାୟ..
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











