The Ultimate Managed Hosting Platform
ADVERTISEMENT

ସବୁବେଳେ ମୋଦିଙ୍କ ବନ୍ଧୁ ହୋଇ ରହିବି-ଟ୍ରମ୍ପ

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତ-ଆମେରିକା ସଂପର୍କକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ବୟାନ । ଦୁଇ ଦେଶ ମଧ୍ୟରେ ଥିବା ସଂପର୍କକୁ ସ୍ୱତନ୍ତ୍ର କହିଲେ ଟ୍ରମ୍ପ । ମୁଁ ସବୁବେଳେ ମୋଦିଙ୍କ ବନ୍ଧୁ ହୋଇ ରହିବି, ସେ ଜଣେ ମହାନ ପ୍ରଧାନମନ୍ତ୍ରୀ । କିନ୍ତୁ ବର୍ତ୍ତମାନ ସେ ଯାହା କରୁଛନ୍ତି ତାକୁ ମୁଁ ପସନ୍ଦ କରୁନି । ରୁଷିଆ ଠାରୁ ଭାରତ ବହୁମାତ୍ରାରେ ତେଲ କିଣୁଛି, ଯାହାକି ନିରାଶଜନକ । କିନ୍ତୁ ଦୁଇ ଦେଶ ମଧ୍ୟରେ ସଂପର୍କ ଅତି ସ୍ୱତନ୍ତ୍ର । ସୂଚନାନୁଯାୟୀ, ଭାରତ-ଆମେରିକା ସମ୍ପର୍କ ଖୁବ୍ ସ୍ବତନ୍ତ୍ର ଏବଂ ବର୍ତ୍ତମାନ ଟାରିଫକୁ ନେଇ ଚାଲିଥିବା ଉତ୍ତେଜନା ସତ୍ତ୍ବେ ମୋଦି ଏବଂ ସେ ଭଲ ବନ୍ଧୁ ହୋଇ ରହିବେ ବୋଲି ଟ୍ରମ୍ପ ଓଭାଲ ଅଫିସରେ କହିଛନ୍ତି । ମୋଦିଙ୍କୁ ଖୁବ୍ ଭଲ ବୋଲି ମଧ୍ୟ ଟ୍ରମ୍ପ କହିଛନ୍ତି । କିନ୍ତୁ ମୋଦି ଯାହା କରୁଛନ୍ତି ସେସବୁ ତାଙ୍କୁ ପସନ୍ଦ ନୁହେଁ ବୋଲି କହିଛନ୍ତି । ଏହା ସହିତ ଚିନ୍ତା କରିବାର କାରଣ କିଛି ନାହିଁ ବୋଲି ଟ୍ରମ୍ପ କହିଛନ୍ତି । ଏପରି ଉତ୍ତେଜନା କେବେ କେବେ ହୋଇଥାଏ, ଯାହା ଖୁବ୍ ସ୍ବାଭାବିକ ।
ଏହା ବ୍ୟତୀତ ଟ୍ରମ୍ପ କହିଛନ୍ତି ଯେ, ଭାରତ ରୁଷରୁ ତୈଳ କିଣୁଥିବାରୁ ସେ ବହୁତ ନିରାଶ । ଯାହା ଫଳରେ ୫୦%ଟାରିଫ ଲାଗୁ କରାଯାଇଛି । କିନ୍ତୁ ମୋଦିଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି । ଆହୁରି ମଧ୍ୟ କହିଛନ୍ତି ଯେ, କିଛି ମାସ ପୂର୍ବରୁ ମୋଦି ଏଠାକୁ ଆସିଥିଲେ । ଭାରତ ଏବଂ ଅନ୍ୟ ଦେଶମାନଙ୍କ ସହ କିପରି ବାଣିଜ୍ୟ ଚାଲିଛି ପଚାରିବାରୁ ଟ୍ରମ୍ପ ୟୁରୋପୀୟ ସଂଘ ପ୍ରତି ନିରାଶ ବୋଲି କହିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login