The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ସପ୍ତାହେ ଘୁଞ୍ଚିଲା ଟ୍ରମ୍ପଙ୍କ ଟାରିଫ

Facebook
Twitter
LinkedIn

ନୂଆଦିଲ୍ଲୀ : ଆମେରିକାର ୨୫ ପ୍ରତିଶତ ଟାରିଫ ପ୍ଲାନ ଏକ ସପ୍ତହା ଘୁଞ୍ଚିଲା । ୭ ଦିନ ପାଇଁ ଭାରତ ସମେତ ସମସ୍ତ ଦେଶକୁ ମିଳିଲା ଆଶ୍ୱସ୍ତି । ଆସନ୍ତା ଅଗଷ୍ଟ ୭ ତାରିଖରୁ ଲାଗୁ ହେବ ନୂଆ ଟାରିଫ । ହ୍ଵାଇଟ୍ ହାଉସ୍ ପକ୍ଷରୁ ଜାରି ଏକ କାର୍ୟ୍ୟକାରୀ ଆଦେଶରେ କୁହାଯାଇଛି ଯେ ଏହି ନୂଆ ଶୁଳ୍କ ଏବେ ଅଗଷ୍ଟ ୭ରୁ ଲାଗୁ ହେବ । ଏକ ସପ୍ତାହ ମହଲତ ଦ୍ୱାରା ପ୍ରଭାବିତ ଦେଶଗୁଡ଼ିକୁ ଆମେରିକା ସହିତ ବାଣିଜ୍ୟିକ ବୁଝାମଣା ପାଇଁ ଆଉ କିଛି ସମୟ ମିଳିପାରିବ ବୋଲି ଆଶା କରାଯାଉଛି । ଏହି ନୂଆ ଶୁଳ୍କ ନୀତି ଅନୁଯାୟୀ, ଆମେରିକାକୁ ରପ୍ତାନି ହେଉଥିବା ଭାରତୀୟ ସାମଗ୍ରୀ ଉପରେ ୨୫% ଶୁଳ୍କ ଲାଗୁ କରାଯିବ । ଟ୍ରମ୍ପ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଭାରତ ସହ ବାଣିଜ୍ୟ ଆଲୋଚନାରେ ଅଗ୍ରଗତି ନ ହେବାରୁ ଟ୍ରମ୍ପ ଅସନ୍ତୁଷ୍ଟ ଅଛନ୍ତି। ସେ ଭାରତର ବଜାରକୁ ଏକ ବନ୍ଦ ବଜାର ବୋଲି କହିଛନ୍ତି ଏବଂ ବ୍ରିକ୍ସ ସଦସ୍ୟତା ଓ ଋଷରୁ ତେଲ କିଣିବା ଭଳି ଭୂ-ରାଜନୈତିକ ପ୍ରସଙ୍ଗରେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login