ବାସୁଦେବପୁର : ଷଣ୍ଢ ଆକ୍ରମଣରେ ଚାଲିଗଲା ଜଣଙ୍କର ଜୀବନ । ୨ ଜଣ ଗୁରୁତର ହୋଇଛନ୍ତି । ବାସୁଦେବପୁର ଥାନା ଚଣ୍ଡିଆ ଗାଁରେ ଆତଙ୍କ ଖେଳାଇଲେ ଷଣ୍ଢ । ଣ୍ଢ ଆକ୍ରମଣରେ୨ ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ଗାଁର ନେପାଳୀ ଚରଣ ଜେନା । ସୂଚନା ଅନୁସାରେ ଘର ପିଣ୍ଡାରେ ପାଗଳ ଷଣ୍ଢ ଶୋଇଥିବା ଦେଖି ନେପାଳୀ ଗୋଡ଼ାଇଥିଲେ । ଷଣ୍ଢ ସେଠାରୁ ପଳାଇଯିବା ବଦଳରେ ନେପାଳୀଙ୍କୁ ମାରିବାକୁ ଗୋଡ଼ାଇଥିଲା । ନେପାଳୀଙ୍କୁ ଗୋଡ଼ାଇ ଗୋଡ଼ାଇ ଦୁଇ ରୁ ୩ ଥର ରାସ୍ତାରେ ଟେକି କଚାଡ଼ି ଦେଇଥିଲା । ମେଡିକାଲରେ ନେପାଳୀଙ୍କୁ ମୃତ ଘୋଷଣା କଲେ ଡାକ୍ତର । ବଞ୍ଚାଇବାକୁ ଯାଇ ନେପାଳୀଙ୍କ ସ୍ତ୍ରୀ ଏବଂ ପୁଅ ଷଣ୍ଢ ଆକ୍ରମଣରେ ଗୁରୁତର ହୋଇଛନ୍ତି ।
Views: 18