The Ultimate Managed Hosting Platform
ADVERTISEMENT

ଶୋଇଥିଲେ, ସେତିକି ବେଳେ ହେଲା ଏସିଡ ମାଡ

Facebook
Twitter
LinkedIn

ବାସୁଦେବପୁର : ଘରେ ଶୋଇଥିବା ବେଳେ ଏସିଡ ମାଡ କଲେ । ଏସିଡ ମାଡରେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଯୁବକଙ୍କ ମୁହଁ ଆଖି ଓ ମୁଣ୍ଡ ପୋଡି ଯାଇଛି । ଯୁବକଙ୍କ ନାମ ଜଗବନ୍ଧୁ ପଳାଇ ।ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁର ରାମଚନ୍ଦ୍ରପୁର ଗାଁରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି । ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ଉପରକୁ ଏସିଡ୍ ମାଡ ହୋଇଛି ।ନାୟିକାଣ ଢ଼ୀହି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଏସିଡ ମାଡ଼ର କାରଣ ଅସ୍ପଷ୍ଟ ରହିଛି। ପୂର୍ବ ଶତ୍ରୁତାକୁ ନେଇ ଏଭଳି କାଣ୍ଡ ଘଟିଥିବା ଜଣାପଡିଛି। ଜଗବନ୍ଧୁ ଟେଣ୍ଡ ହାଉସ କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି। ପୂର୍ବରୁ ଜଗବନ୍ଧୁଙ୍କ ଟେଣ୍ଡରେ କେହି ନିଆଁ ଲଗାଇଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏବେ ପୁଣି ଦୁର୍ବୁତ୍ତ ଜଗବନ୍ଧୁଙ୍କ ଉପରେ ଏସିଡ ମାଡ ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login