The Ultimate Managed Hosting Platform
ADVERTISEMENT

ଶେଷ ହେଲା ଗଞ୍ଜାମ ଦଣ୍ଡପର୍ବର ମାସନ୍ତ ମେରୁ ଯାତ୍ରା

Facebook
Twitter
LinkedIn

ଗଞ୍ଜାମ : ଗଂଜାମ ଦଣ୍ଡପର୍ବର ମାସନ୍ତ ମେରୁ ଯାତ୍ରା ଶେଷ ହୋଇଛି । ଏହି ଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଦଣ୍ଡପର୍ବର ପରମ୍ପରା ଅନୁଯାୟୀ ଧୂଳିଦଣ୍ଡ, ଜଳଦଣ୍ଡ ଏବଂ ଅଗ୍ନିଦଣ୍ଡ ପରେ, ଗାଁ ଦଣ୍ଡଘରେ ଆୟୋଜିତ ହୋଇଥିଲା, ମେରୁ ଯାତ୍ରା । ୧୩ ଦିନ ଧରି ଦଣ୍ଡଯାତ୍ରା ଏବଂ ଶେଷରେ ମେରୁ ପର୍ବରେ ଦୁଲୁକିଲା, ସମୁଦାୟ ଜିଲ୍ଲା । ସବୁଠି ଦେଖିବାକୁ ମିଳିଲା, ଶିବ ଏବଂ ଶକ୍ତି ଉପାସନାର ଭକ୍ତିମୟ ପରିବେଶ । ଭକ୍ତମାନେ ଏହି ୧୩ ଦିନର ଯାତ୍ରା ସମେତ ମେରୁପର୍ବକୁ ବର୍ଷେ ପର୍ୟ୍ୟନ୍ତ ଅପେକ୍ଷା କରିଥାନ୍ତି । ନିଜର ମାନସିକ ପୂରଣ କରନ୍ତି । ଏବେ ପୁଣି ଅପେକ୍ଷା ଆସନ୍ତା ବର୍ଷକୁ । ଭକ୍ତି, ବିଶ୍ବାସ ଏବଂ ଆଧ୍ୟାତ୍ମିକ ପରିବେଶର ଅନନ୍ୟ ପ୍ରତୀକ ହେଉଛି, ଗଂଜାମର ଏହି ପାରମ୍ପରିକ ଚୈତ୍ରପର୍ବ ଦଣ୍ଡଯାତ୍ରା ଓ ମେରୁଯାତ୍ରା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login