The Ultimate Managed Hosting Platform
ADVERTISEMENT

ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଲୋକଙ୍କ ଦୁର୍ଦ୍ଦଶା

Facebook
Twitter
LinkedIn

ବର୍ଷାରେ ଭିଜୁଛି ସାରା ଓଡ଼ିଶା । ଗତ ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବିଶେଷ ଭାବେ ଉତ୍ତର ଓ ଉପକୂଳ ଓଡ଼ିଶାରେ ଗତକାଲି ରାତିଠୁ ବର୍ଷାର ପରିମାଣ ବଢ଼ିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ବର୍ଷା ହେଉଛି । ଏହାର ପ୍ରଭାବ ଆସନ୍ତାକାଲି ଯାଏଁ ରହିବ । ରାଜ୍ୟରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଲୋକଙ୍କ ଦୁର୍ଦ୍ଦଶା ଦେଖିବାକୁ ମିଳି

ବର୍ଷାରେ ବେହାଲ ପୁରୀ :-

 ଗତକାଲି ହୋଇଥିବା ବର୍ଷାରେ ପୁରୀ ସହର ବେହାଲ ହୋଇଛି । ମାର୍କେଟ ଛକରୁ ଡାକ୍ତରଖାନା ଯାଏଁ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ବାସେଳି ସାହି ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶି ଯାଇଛି । ଆଣ୍ଠୁଏ ଉଚ୍ଚର ପାଣି ଲୋକଙ୍କ ଘରେ ପଶି ଥିବାରୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି ।

୪ ଦିନ ହେଲାଣି ପାଣିରେ ଉବୁଟୁବୁ ମୋଟୁ :-

ମାଲକାନଗିରିର ମୋଟୁ ଅଞ୍ଚଳରେ ଗତକାଲିଠାରୁ ପାଣି ସାମାନ୍ୟ କମିଥିଲେ ମଧ୍ୟ ସ୍ଥିତିରେ ବିଶେଷ କିଛି ପରିବର୍ତ୍ତନ ହୋଇନି । କେଉଁଠି ଆଣ୍ଠୁଏ ପାଣି ତ କେଉଁଠି ଛାତି ଯାଏ ପାଣି ରହିଛି ।  ଘର ଦ୍ୱାର ପାଣିରେ ବୁଡ଼ି ରହିଛି। ସାବେରୀ ଓ ସିଲେରୁ ନଦୀରେ ବନ୍ୟା ଜଳ ଆସିବା ଯୋଗୁଁ ଜଳମଗ୍ନ ହୋଇଛି ପୁରା ଅଞ୍ଚଳ  ପୁରୁଣା ମୋଟୁର ୩ଟି ଗାଁ ପାଣିରେ ବୁଡ଼ି ରହିଛି । ଏହା ଅଞ୍ଚଳର ପ୍ରାୟ ୫ ଶହରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଜାଗାକୁ  କରାଯାଇଛି ସ୍ଥାନାନ୍ତର ।  ବିନାୟକପୁର, ଆଲମା, ପୁରୁଣା ମୋଟୁ, ପେଟାର ଲୋକଙ୍କୁ ସୁରକ୍ଷିତ ଜାଗାକୁ ନିଆଯାଇଛି । ପ୍ରଶାସନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ  ଆଶ୍ରୟ  ସ୍ଥଳରେ ରଖି ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । ଏବେ ମଧ୍ୟ ୩୨୬ ନମ୍ବର ଜାତୀୟ ରାଜପଥ ପାଣିରେ ବୁଡ଼ି ରହିଛି । 

ଲଗାଣ ବର୍ଷାରେ ବେହାଲ ବଲାଙ୍ଗିର :-

ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କଦମ୍ବପଡାରେ ଥିବା ଭୂତଳ ପୋଲରେ ଅଣ୍ଟାଏ ଉଚ୍ଚର ପାଣି ଜମିବା ଫଳରେ ସେ ରାସ୍ତା ଦେଇ ଯାତାୟାତ ଠପ୍ ହୋଇଯାଇଛି । ବର୍ଷା ଜଳ ନିଷ୍କାସନ ହୋଇପାରୁନଥିବାରୁ ଏଭଳି ସମସ୍ୟା ଦେଖାଦେଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ଅଫିସ୍, ଆରପିଏଫ ଅଫିସ ବି ପାଣି ଘେରରେ ରହିଛି । 

ଫୁଲବାଣୀରେ ବର୍ଷା ପ୍ରଭାବ :-

ଜଳାର୍ଣ୍ଣବ ଫୁଲବାଣୀ ସହର  ସହରର ବିଭିନ୍ନ ସାହି ରାସ୍ତା ଉପରେ ଆଣ୍ଠୁଏ ଲେଖାଏଁ ବର୍ଷା ପାଣି ପ୍ରବାହିତ ହେଉଛି । ଏହା ସହ ସାଲୁଙ୍କି ନଦୀର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଫୁଲବାଣୀ ସହର ନଦୀଖଣ୍ଡି ସାହିରୁ ଡାକପାଲାକୁ  ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ପ୍ରକୃତି ବିହାର, ମୁଖ୍ୟ ବଜାର,ମ୍ୟୁନିସିପାଲିଟି ରୋଡ଼ ବର୍ଷା ପାଣି ଜମି ରହିଛି  ।

ଗଜପତିରେ ପ୍ରବଳ ବର୍ଷା :-

ଲଗାଣ ବର୍ଷା ଯୋଗୁ ଗଜପତି ଗୁମ୍ମାରେ ହୋଇଛି ଭୂସ୍ଖଳନ । ବଡ଼କଳାକୋଟ ପଞ୍ଚାୟତ ଜାଙ୍ଗିଡିତୁଲରେ କିଛି ଘର ଉପରକୁ ମାଡ଼ି ଆସିଛି ମାଟି ଅତଡ଼ା । ଫଳରେ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଛି । ସୌଭାଗ୍ୟବଶତଃ କାହାରି କିଛି କ୍ଷୟକ୍ଷତି ହୋଇନି। ଭୂସ୍ଖଳନ ଯୋଗୁଁ ରାସ୍ତା ଉପରେ ପାଣି ଚାଲୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ରେଜିଷ୍ଟ୍ରେସନ ଓ ଲାଇସେନ୍ସ

ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ରେଜିଷ୍ଟ୍ରେସନ ଓ ଲାଇସେନ୍ସ

ଭୁବନେଶ୍ୱର : ଟ୍ରାଫିକ ନିୟମ ଉଲଂଘନ କରୁଥିଲେ ସାବଧାନ । ବାତିଲ ହେବ ଗାଡି ରେଜିଷ୍ଟ୍ରେସନ ଲାଇସେନ୍ସ । ବ୍ଲାକ୍ ଲିଷ୍ଟ ହୋଇପାରେ ଆପଣଙ୍କ ଗାଡ଼ି ।...

ଗୁଜୁରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା

ଗୁଜୁରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା

ଗୁଜୁରାଟ : ଗୁଜୁରାଟରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡି ସବୁ ମନ୍ତ୍ରୀଙ୍କ ଇସ୍ତଫା । ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ । ଆଜି ରାତିରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ସ୍କର୍ପିଓ-ଟ୍ରେଲର ମୁହାଁମୁହିଁ ଧକ୍କା ; ୪ ଜଣଙ୍କର ଚାଲିଗଲା ଜୀବନ

ରାଜସ୍ଥାନ : ରାଜସ୍ଥାନର ବାଲୋତ୍ରାର ସିନ୍ଦାରି ଥାନା ସୀମା ଅନ୍ତର୍ଗତ ସଦା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି ।...

Login