The Ultimate Managed Hosting Platform
ADVERTISEMENT

ଲଗାଣ ବର୍ଷାରେ ଧସିଲା ମାଟି ଅତଡା,ଯାତାୟତ ଠପ୍

Facebook
Twitter
LinkedIn

କୋରାପୁଟ: ଲଗାଣ ବର୍ଷାରେ ଧସିଲା ମାଟି ଅତଡା । ବର୍ଷାରେ ବେହାଲ କୋରାପୁଟ ପଟାଙ୍ଗିର ବାଲଡା ଅଞ୍ଚଳ । ବର୍ଷା ଯୋଗୁ ନନ୍ଦପୁର ବ୍ଲକ କଲାଡି ଗାଁ ନିକଟରେ ଧସିଲା ମାଟି ଅତଡା । ଏଥି ଯୋଗୁଁ ଖେମୁଣ୍ଡୁଗୁଡା ଓ ନନ୍ଦକାକୁ ଯାତାୟତ ଠପ ହୋଇଛି । ଜୟପୁର ଲମତାପୁଟ ମୁଖ୍ୟ ରାସ୍ତାର ବିଭିନ୍ନ ସ୍ଥାନରେ ପଡିଛି ଗଛ । ସହରରେ ବିଭିନ୍ନ ସାହି ବସ୍ତିରେ ବର୍ଷା ପାଣି ଲୋକଙ୍କ ଘରେ ପଶିଛି । ସ୍କୁଲ ପରିସରରେ ମଧ୍ୟ ପାଣି ଲହଡି ମାରୁଛି । ବର୍ଷାଯୋଗୁ ମାଛକୁଣ୍ଡ ଜଳ ଭଣ୍ଡାରର ଦୁଇଟି ଗେଟ ଖୋଲାଯାଇଥିବା ବେଳେ କୋଲାବ , ମୁରାନ ଓ ଲେତେଙ୍ଗିରି ଡ୍ୟାମରେ ଜଳସ୍ତର ସ୍ଥିର ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login