ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ନାଁରେ କଂଗ୍ରେସ ଆଣିବ ସ୍ୱାଧିକାର ଭଙ୍ଗ ନୋଟିସ । ସ୍ୱାଧିକାର ଭଙ୍ଗ ନୋଟିସ ଆଣିବା ନେଇ କହିଲେ ତାରା ବାହିନୀପତି । ବିଧାନସଭା ବାହାରେ ଅଗ୍ନିବୀରଙ୍କ ପାଇଁ ସରଂକ୍ଷଣ ଘୋଷଣାକୁ ବିରୋଧ । ପୋଲିସ ବିଭାଗରେ ପ୍ରତିବର୍ଷ ୨ ରୁ ୩ ହଜାର କନଷ୍ଟେବଳ ପଦବୀ ପୂରଣ ହୁଏ। କିନ୍ତୁ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ କେମିତି କଲେ ବୋଲି ପ୍ରଶ୍ନ କରିଛନ୍ତି ତାରା ବାହିନୀପତି।
ଅନ୍ୟପଟେ ରାଜ୍ୟ ସରକାର କୌଣସି ବିଷୟ ଜାଣି ନାହାନ୍ତି କି ଜାଣିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ବିଧାନସଭା ଚାଲିବା ସମୟରେ ବାହାର ନିୟମକୁ ଘୋଷଣା କରି ହେବ ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ନା ବିଭାଗୀୟ ଅଧିକାରୀ, ନା ମନ୍ତ୍ରୀ ନା ମୁଖ୍ୟମନ୍ତ୍ରୀ, କେହି କୌଣସି ନୀତିଗତ ଘୋଷଣା କରି ପାରିବେ ନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀ ଯେଉଁ ଭଳି ଭାବେ ଗତକାଲି ଅଗ୍ନିବୀରଙ୍କ ନିଯୁକ୍ତି ନେଇ ଯେଉଁ ଘୋଷଣା କରିଛନ୍ତି, ତାହା ବିଧାନସଭାର ମର୍ୟ୍ୟାଦା କ୍ଷୁର୍ଣ୍ଣ କରୁଛି। ଏ ସମ୍ପର୍କରେ ସୋମବାର ବିଧାନସଭାରେ ବିଜେଡି ଆପତ୍ତି ଉଠାଇବ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ।
କଂଗ୍ରେସ ଆଣିବ ସ୍ୱାଧୀକାର ଭଙ୍ଗ ନୋଟିସ;ତାରା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











