The Ultimate Managed Hosting Platform
ADVERTISEMENT

ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଲେ ଦୁଇ ପ୍ରେମ ପକ୍ଷୀ, ଅଲିବାଗରେ ପରିବାର ଓ ରାକେଶଙ୍କ ସହ ଭାଲେଣ୍ଟାଇନ ଡେ ସେଲିବ୍ରେସନ କଲେ ସମିତା ।

Facebook
Twitter
LinkedIn

ମୁମ୍ୱାଇ : ଶିଳ୍ପା ଶେଟ୍ଟୀଙ୍କ ଭଉଣୀ ଶମିତା ଶେଟ୍ଟୀ ରାକେଶ ବାପଟଙ୍କ ସହ ଆଜିକାଲି ଗଗନରେ ଉଡୁଛନ୍ତି । ଦୁହିଁଙ୍କ ପ୍ରେମ ସଂପର୍କକୁ ନେଇ ଦିନକୁ ଦିନ ଚର୍ଚ୍ଚା ବଢିବାରେ ଲାଗିଛି । ବିଗ୍ ବସ୍ ଘରୁ ବାହାରିବା ପରଠାରୁ ଦୁହେଁ ନିଜ ପ୍ରେମ ପାଇଁ କ୍ରମାଗତ ଭାବରେ ଲାଇମଲାଇଟରେ ରହି ଆସୁଛନ୍ତି । ତେବେ ଭାଲେଣ୍ଟାଇନ ଡେ ଭଳି ଦିନରେ ଦୁଇ ପ୍ରେମପକ୍ଷୀ କେମିତି ଅଲଗା ରହିବେ । ଭାଲେଣ୍ଟାଇନ୍ସ ଡେ’ ଭଳି ପ୍ରେମ ଭରା ଦିନକୁ କିପରିବା ହାତଛଡା କରିବେ ଏହି ନ୍ୟୁ କପଲ । ଏବେ ସୋସିଆଲ ମିଡିଆରେ ଏମାନଙ୍କର ଫଟୋ ଭାଇରାଲ ହୋଇଛି । ନିକଟରେ ଶମିତା ଶେଟ୍ଟୀ ତାଙ୍କ ପରିବାର ସହିତ ଗେଟୱେ ଅଫ୍ ଇଣ୍ଡିଆରେ ଦେଖିବାକୁ ମିଳିଥିଲେ । ଏହି ସମୟରେ ତାଙ୍କ ପ୍ରେମିକ ରାକେଶ ବାପଟ ମଧ୍ୟ ସେମାନଙ୍କ ସହ ନଜର ଆସିଥିଲେ । ଏହା ପରେ ସମସ୍ତେ ଏକାଠି ଆଲିବାଗକୁ ବୁଲିବାକୁ ଯାଇଥିଲେ । ଆଲିବାଗରୁ ସେମାନଙ୍କର ଅନେକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଶମିତା ଏକ ଧଳା ପୋଷାକରେ ନଜର ଆସିଛନ୍ତି । ଅନ୍ୟପଟେ, ରାକେଶ ଏକ ଡେନିମ୍ ଜ୍ୟାକେଟ୍ ସହିତ ହ୍ୟାଣ୍ଡସମ ଅନ୍ଦାଜରେ ନଜର ଆସିଛନ୍ତି । ଏହି ନ୍ୟୁ କପଲଙ୍କୁ ଏକାଠି ଦେଖିଲେ ଏହା କୁହାଯାଇପାରେ ଯେ ଉଭୟ ପରସ୍ପରର ପ୍ରେମରେ ଗଭୀର ଭାବରେ ବୁଡି ରହିଛନ୍ତି । ଏହା ବ୍ୟତୀତ ରାକେଶ ମଧ୍ୟ ଏକ ରୋମାଣ୍ଟିକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଉଭୟ ସମିତା ଓ ରାକେଶ ଡଙ୍ଗାରେ ବସିଥିବାର ନଜର ଆସିଛନ୍ତି । ସୋସିଆଲ ମିଡିଆରେ ସେମାନଙ୍କର ଲୁକ ଓ ପ୍ରେମର ଅନ୍ଦାଜ୍ ବେଶ୍ ଭାଇରାଲ ହେବାରେ ଲାଗିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login