ବାରିପଦା : ଏହିଭଳି ଘଟଣା ଦେଖିବାକୁ ମିଳିଛି ବାରିପଦାର ଲକ୍ଷ୍ମୀପୋଷୀ ପୋଲିସ ଫାଣ୍ଡି ଅନ୍ତର୍ଗତ ରଘୁନାଥପୁର ୨୨ନମ୍ବର ୱାର୍ଡର ମୁନି ସମାଜ ସାହିରେ । ନିଜ ସାହିର ଅନ୍ୟ ଜଣଙ୍କ ଘର ସମ୍ମୁଖରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏହା ହତ୍ୟା ନା’ ଆତ୍ମହତ୍ୟା ତାହା ଅସ୍ପଷ୍ଟ ରହିଛି । ସୂଚନା ଅନୁଯାୟୀ ସେହି ସାହିର ଜଣେ ବିଧବା ମହିଳାଙ୍କ ଘର ସମ୍ମୁଖରେ ଏକ ଗାମୁଛାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମଙ୍ଗଳବାର ସକାଳୁ ବିଧବା ମହିଳା ଏହା ଦେଖି ପାଖ ପଡ଼ୋଶୀଙ୍କୁ ଡାକି ଥିଲେ । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ତେବେ ମୃତ ଯୁବକ ଜଣଙ୍କ ହେଉଛନ୍ତି ସେହି ସାହିର ସାମାଇ ହାଁସଦାଙ୍କ ପୁଅ ୩୨ ବର୍ଷ ବୟସ୍କ ଜୟାଲ ହାଁସଦା ବୋଲି ଜଣାପଡିଛି । ମୃତ ଜୟାଲଙ୍କ ସ୍ତ୍ରୀ ବୈଜନ୍ତି ହାଁସଦା ଓ ଦେଢ଼ ବର୍ଷର ପୁଅ ଥିବା ଜଣାପଡିଛି । ଜୟାଲ ଘର ପାଖରେ ଛତୁଚାଷ କରୁଥିବାରୁ ପ୍ରତିଦିନ ରାତିରେ ସେ ଘରେ ରୁହନ୍ତି ନାହିଁ ପ୍ରତିଦିନ ଭଳି କାଲି ରାତିରେ ମଧ୍ୟ ସେ ଛତୁ ଚାଷ ନିକଟକୁ ଯାଇ ଶୋଇଥିଲେ ବୋଲି ଜୟାଲଙ୍କ ପରିବାର ଲୋକେ କହିଛନ୍ତି । ତେବେ ଏ ସମ୍ବନ୍ଧରେ ଜୟାଲଙ୍କ ପରିବାର ଲୋକେ କିମ୍ବା ବିଧବା ମହିଳା ଜଣକ କିଛି ଜାଣିନଥିବା କହିଛନ୍ତି । ଏହା ହତ୍ୟା ନା’ ଆତ୍ମହତ୍ୟା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବିଧବା ମହିଳାଙ୍କ ଘର ସମ୍ମୁଖରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











