ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରୁ ଏକ ବଡ଼ ଆଶ୍ବସ୍ତି ମିଳିଛି । ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଏକ ନୂତନ ପାସପୋର୍ଟ କରିବାକୁ ଅନୁମତି ଦେଇଛନ୍ତି। ଏହି ପାସପୋର୍ଟ ପାଇଁ ଏନଓସି ଆଗାମୀ ୩ ବର୍ଷ ପାଇଁ ବୈଧ ହେବ । ବାସ୍ତବରେ, ରାହୁଲ ସଂସଦର ସଦସ୍ୟତା ଛାଡିବା ପରେ ନିଜ ପାସପୋର୍ଟ ସରେଣ୍ଡର କରି ନିଜ ପାଇଁ ଏକ ସାଧାରଣ ପାସପୋର୍ଟ ପାଇବାକୁ ଆବେଦନ କରିଥିଲେ। ତେବେ ପାସପୋର୍ଟ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ଏନଓସି ପ୍ରଦାନ କରିବାକୁ ନେଇ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ବିରୋଧ କରିଥିଲେ ଜ୍ଝ ସେ କୋର୍ଟରେ କହିଥିଲେ ଯେ ରାହୁଲ ଗାନ୍ଧୀ ନ୍ୟାସନାଲ ହେରାଲ୍ଡ ମାମଲାରେ ଜାମିନରେ ଅଛନ୍ତି ଏବଂ ଏହି ଘଟଣାର ସମ୍ବେଦନଶୀଳତାକୁ ବିଚାର କରି ତାଙ୍କୁ ପାସପୋର୍ଟ ପାଇବା ପାଇଁ ଏନଓସି ନ ଦିଆଯିବା ଉଚିତ। ରାହୁଲ ଗାନ୍ଧୀଙ୍କୁ ପାସପୋର୍ଟ ଦେବା ମାମଲାର ଶୁଣାଣି ପାଇଁ ଡକ୍ଟର ସୁବ୍ରମଣ୍ୟମ ସ୍ୱାମୀ ଏବଂ ରାହୁଲଙ୍କ ଓକିଲ କୋର୍ଟରେ ପହଞ୍ଚିଥିଲେ।
Views: 78