ଭୁବନେଶ୍ୱର : ରାଜ୍ୟରେ ୨୫ ଶହ ଗୃହରକ୍ଷୀ ପଦବୀ ହେବ ପୂରଣ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ଘୋଷଣା । ବର୍ତ୍ତମାନ ୧୭ ହଜାର ୬୭୫ ଗୃହରକ୍ଷୀ ପଦବୀ ରହିଛି । ନୂଆ ପଦବୀ ସୃଷ୍ଟି ହେବା ପରେ ମୋଟ ୨୦ ହଜାର ୧୭୫ରେ ପହଂଚିଲା ଗୃହରକ୍ଷୀ ପଦବୀ ସଂଖ୍ୟା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ପଦବୀ ସଂଖ୍ୟା ବୃଦ୍ଧି କରିବାକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ରାଜ୍ୟ ପୋଲିସ ବିଭାଗର ବିଭିନ୍ନ ଶାଖାରେ ପ୍ରାୟ ୧୨ ହଜାର ପଦବୀ ସୃଷ୍ଟି କରାଯିବ ।
Views: 31