ଭୁବନେଶ୍ୱର : ଦୃଷ୍ଟିବାଧିତ ମା କୋଳକୁ ଫେରିଲା ଭୁବନେଶ୍ୱରରୁ ଅପହୃତ କୁନି ପୁଅ । ଦୀର୍ଘ ୫୦ ଘଣ୍ଟା ପରେ ମା କୋଳକୁ ଫେରିଲା ଛୁଆ । କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ମାକୁ ହସ୍ତାନ୍ତର । ଛୁଆକୁ ପାଇବା ପରେ ଭାବିହ୍ୱଳ ହାେଇ କୋହ ସମ୍ଭାଳିପାରିଲେନି । ୩ ଦିନ , ୩ ରାତି ପରେ ଛୁଆକୁ ଫେରି ପାଇଛି । ଛୁଆକୁ ଫେରି ପାଇବି ବୋଲି ଆଶା କରି ନ ଥିଲି । ପ୍ରଭୁ ଶ୍ରୀ ରାମଙ୍କ ଦୟାରୁ ଛୁଆକୁ ଫେରି ପାଇଲି ବୋଲି କହିଲେ । ପୋଲିସକୁ ମଧ୍ୟ ଧନ୍ୟବାଦ ଜଣାଇଲେ ପିଲା ଫେରି ପାଇଥିବା ମାଆ । ସେପଟେ ଶିଶୁ ଅପହରଣ ଘଟଣାରେ ମାଷ୍ଟରମାଇଣ୍ଡକୁ ଗିରଫ କରିଛି ପୋଲିସ । ଚୋରି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ପୁରୀରୁ ମୁଖ୍ୟ ଅଭିଯୁକ୍ତ କେଦାର ସେନ ପଣ୍ଡାକୁ ଗିରଫ କରାଯାଇଛି। ତେବେ ଅଙ୍ଗତସ୍କରୀ ନେଇ କୌଣସି ପ୍ରମାଣ ମିଳିନଥିବା କହିଛନ୍ତି ପୋଲିସ କମିଶନର । ଏ ନେଇ ତଦନ୍ତ ଜାରି ରହିଛି । ସୂଚନା ଅନୁସାରେ ଶନିବାର ରାତି ପ୍ରାୟ ୩ଟା ବେଳେ ଅପହରଣ କରିଥିଲା ଦୁର୍ବୃତ୍ତ । ଅପହରଣକାରୀ ଶିଶୁଟିକୁ ଧରି ଭୁବନେଶ୍ବର ରେଳଷ୍ଟେସନ ଭିତରକୁ ଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡିଥିଲା । ପରେ ଏକାଧିକ ଟିମ୍ ତଦନ୍ତ କରି ଶିଶୁକୁ ଉଦ୍ଧାର କରିଛନ୍ତି ।
ମାଆ କୋଳକୁ ଫେରିଲା ଅପହୃତ କୁନି ପୁଅ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











