The Ultimate Managed Hosting Platform
ADVERTISEMENT

ରାଜଧାନୀରୁ ନିଖୋଜ , ଘଟଗାଁରେ ମୃତଦେହ !

Facebook
Twitter
LinkedIn

ଭୁବନେଶ୍ୱର : କେନ୍ଦୁଝର ଘଟଗାଁରୁ ମହିଳାଙ୍କ ମୃତଦେହ ଠାବ । ରାଜଧାନୀରୁ ନିଖୋଜ ମହିଳା କନଷ୍ଟେବଳଙ୍କ ମୃତଦେହ ସନେ୍ଦହ । ଟ୍ରାଫିକ କନଷ୍ଟେବଳ ଶୁଭମିତ୍ରା ସାହୁ ହୋଇଥିବା ସନେ୍ଦହ । ପ୍ରେମିକ ଦୀପକ ରାଉତଙ୍କୁ ଅଟକ ରଖିଛି କମିଶନରେଟ ପୋଲିସ । ଗତ ୬ ତାରିଖରୁ ନିଖୋଜ ଅଛନ୍ତି କନଷ୍ଟେବଳ ଶୁଭମିତ୍ରା ସାହୁ । ହତ୍ୟା କରି କେନ୍ଦୁଝର ଘଟଗାଁର ଏକ ଜଙ୍ଗଲରେ ପୋତି ଦେଇଥିବା ସୂଚନା ମିଳିଛି । ଅଭିଯୁକ୍ତ ପୁରୁଷ ବନ୍ଧୁ ଦୀପକ ରାଉତକୁ ଗିରଫ କରିଛି ପୋଲିସ । ଦୀପକ ରାଉତକୁ ନେଇ ଘଟଣାସ୍ଥଳରେ ଖୋଳତାଡ଼ କରିବ ପୋଲିସ । ଗତ ୬ ତାରିଖରୁ ନିଖୋଜ ଥିଲେ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁ । କନଷ୍ଟେବଳ ନିଖୋଜ ପରଠୁ ସଂଦେହ ଘେରରେ ଥିଲା ପୁରୁଷ ବନ୍ଧୁ । ପୋଲିସ ସେବା ଭବନରେ ଆକାଉଣ୍ଟ ଡିପାର୍ଟମେଣ୍ଟରରେ କାର୍ୟ୍ୟ କରେ ଦୀପକ । ପୂର୍ବରୁ ନିଖୋଜ ନେଇ ପୋଷ୍ଟର ଜାରି କରିଥିଲା ପୋଲିସ। କ୍ୟାପିଟାଲ ଥାନାରେ ରିପୋର୍ଟ ଦେଇଥିଲେ ବାପା ଓ ମାଆ । କ୍ୟାପିଟାଲ ଥାନା ପୋଲିସ ଏକ ମିସ କେସ ରୁଜୁ କରି ତନାଘନା ଜାରି ରଖିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login