ବ୍ରହ୍ମପୁର : କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁଁ ଯାତାୟାତ ବିଚ୍ଛିନ୍ନ । କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାକୁ ଯୋଗାଯୋଗ ସମ୍ପୁର୍ଣ୍ଣ ବିଚ୍ଛିନ୍ନ । ରାସ୍ତା ଉପରେ ପଡି ରହିଛି ବଡ ବଡ ପଥର ଓ ମାଟି ଅତଡା । ପ୍ରାୟ ୨୦ ଘଣ୍ଟା ହେବ ରାସ୍ତା ସଫା ନ ହେବାରୁ ବଢିଲା ଅସନ୍ତୋଷ । ଭୂସ୍ଖଳନ ହୋଇଥିବା ସ୍ଥାନରେ ପ୍ରାୟ ୪୦ରୁ ୫୦ ମିଟର ରାସ୍ତା ଉପରେ ମାଟି ଓ ପଥର ଜମା ହୋଇ ରହିଛି। ମଝିରେ ମଝିରେ ପଥର ଖସୁଛି। ଏବେବି ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ସ୍ଥିତି ବିପଦପୂର୍ଣ୍ଣ ରହିଛି। ଘାଟିର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଅଟକି ରହିଛି। ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀ ଆତଙ୍କିତ ହୋଇ ରହିଛନ୍ତି। ଭୂସ୍ଖଳନ ସମୟରେ କିଛି ଗାଡ଼ି ଯାଉଥିବା ବେଳେ ସୌଭାଗ୍ୟବଶତଃ ଚାଳକ ରକ୍ଷା ପାଇ ଯାଇଥିଲେ। ତେବେ ଜଣେ ବାଇକ୍ ଚାଳକ ଏଥିରେ ଆହତ ହୋଇଛନ୍ତି। ବାଇକ୍ଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବା ସହ ଘାଟିର କିଛି ତଳକୁ ଖସିଯାଇଥିଲା। ସ୍ଥାନୀୟ ଲୋକ ବାଇକ୍ ଚାଳକଙ୍କୁ ଉଦ୍ଧାର କରିଛନ୍ତି। ଭଞ୍ଜନଗର ପୁଲିସ, ଘୁ.ଉଦୟଗିରି ଥାନାଧିକାରୀ ବିଜୟ କୁମାର ସ୍ବାଇଁ ଏବଂ ଅଗ୍ନିଶମବାହିନୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଘାଟିରେ ଭୂସ୍ଖଳନ ; ଯୋଗାଯୋଗ ବିଚ୍ଛିନ୍ନ , ରାସ୍ତା ସଫା ନ ହେବାରୁ ବଢିଲା ଅସନ୍ତୋଷ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











