The Ultimate Managed Hosting Platform
ADVERTISEMENT

ଯୁବକଙ୍କୁ ମାରି କେନାଲ ବନ୍ଧରେ ଫିଙ୍ଗିଲେ, ପରକୀୟା ପ୍ରୀତିରୁ ହତ୍ୟା ସନେ୍ଦହ !

Facebook
Twitter
LinkedIn

ପିପିଲି : କେନାଲ ବନ୍ଧରୁ ଯୁବକଙ୍କ ମୃତଦେହ ଉଦ୍ଧାର । କଣ୍ଟି ପଞ୍ଚାୟତ ବାଲିମାଳ ସାହି କେନାଲ ବନ୍ଧରୁ ମୃତଦେହ ଉଦ୍ଧାର ହୋଇଛି । ହତ୍ୟା ଅଭିଯୋଗ ଆଣିଲେ ପରିବାର , ମହିଳା ସମେତ ୩ ଅଟକ । ମୃତକ ହେଲେ ନୀଳକଣ୍ଠ ପାଇକରାୟ । ପରକୀୟା ପ୍ରୀତିରୁ ହତ୍ୟା କାଣ୍ଡ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ରବିବାର ରାତିରେ କିଛି ଲୋକ ଫୋନ କରି ନୀଳକଣ୍ଠଙ୍କୁ ଡାକିଥିଲେ । ନୀଳକମ୍ଠ ଘରୁ ବାହାରୁକୁ ଯାଇ ଦୀର୍ଘ ସମୟ ଧରି ଘରକୁ ଫେରି ନ ଥିଲେ । ମାତ୍ର ରାତି ୧ଟା ବେଳେ ନିକଟବର୍ତ୍ତୀ କେନାଲ ବନ୍ଧର ଏକ ମଣ୍ଡପ ନିକଟରୁ ଗୁରୁତର ଅବସ୍ଥାରେ ନୀଳକଣ୍ଠଙ୍କୁ ପରିବାର ଲୋକ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ନୀଳକଣ୍ଠଙ୍କୁ ଫୋନ କରି ଡାକିବା ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login