ପାଟଣାଗଡ : ଦନ୍ତା ହାତୀ ଆକ୍ରମଣରେ ଦମ୍ପତିଙ୍କ ମୃତ୍ୟୁ । ଖପ୍ରାଖୋଲ ବ୍ଲକ ଚାବ୍ରିପାଲି ଗାଁରେ ସ୍ୱାମୀ, ସ୍ତ୍ରୀଙ୍କୁ ଦଳିଦେଲା ଦନ୍ତା । ରାତି ଅଧିରେ ଦମ୍ପତି ଘରେ ଶୋଇଥିବା ସମୟରେ ଦନ୍ତା ହାତୀ ଆକ୍ରମଣ କରିଥିଲା। ଘର ନିକଟରେ ଥିବା ବିଲରେ ହାତୀ ବୁଲୁଥିବା ସମୟରେ ଶବ୍ଦ ଶୁଣି ଘର ବାହାରକୁ ବାହାରିଥିଲେ ଦମ୍ପଚି। ଏହାପରେ ହାତୀ ଉଭୟଙ୍କୁ ଗୋଡ଼ରେ ଦଳି ଦେଇଥିଲା। ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ନୀଳାମ୍ବର ବରିହା ଓ ଯଶୋବନ୍ତୀ ବରିହା। ଘଟଣାସ୍ଥଳରେ ବନବିଭାଗର ଏକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି।
Views: 80











