ନୂଆଦିଲ୍ଲୀ : କର୍ଣ୍ଣାଟକରେ ଆରମ୍ଭ ହେଲା ସିଦ୍ଦରମୈୟା ଶାସନ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଦରମୈୟା । ଶପଥ ଗ୍ରହଣ ସମାରୋହରେ କଲେ ଶକ୍ତି ପ୍ରଦର୍ଶନ । ସିଦ୍ଦରମୈୟାଙ୍କ ସହ ଡିକେ ଶିବ କୁମାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥପାଠ କରାଇଲେ ରାଜ୍ୟପାଳ ଥାବରଚନ୍ଦ ଗେହଲଟ୍ । କ୍ୟାବିନେଟ ମନ୍ତ୍ରୀ ଓ ବିଧାୟକମାନେ ବି ଶପଥ ନେଉଛନ୍ତି ।ଶପଥ ଗ୍ରହଣ ସମାରୋହରେ ବହୁ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ , ପ୍ରିୟଙ୍କା ଗାନ୍ଧି ଉପସ୍ଥିତ । ବୀତିଶ କୁମାର , ଏମକେ ଷ୍ଟାଲିନ୍, ଭୂପେଶ ବଘେଲ, ଅଶୋକ ଗେହଲଟ, ସୁଖବିନ୍ଦର ସୁଖୁ, ଶରଦ ପାୱାର ଉପସ୍ଥିତ । ମେ ୧୩ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା । ଏଥିରେ କଂଗ୍ରେସ ୧୩୫, ବିଜେପି ୬୬ ଓ ଜେଡିଏମ ୧୯ ସିଟରେ ବିଜୟ ହାସଲ କରିଥିଲା ।
Views: 80