ନୂଆଦିଲ୍ଲୀ : ପ୍ରୟାଗରାଜ ମହାକୁମ୍ଭରୁ ସ୍ନାନ କରି ଫେରୁଥିବା ବେଳେ ଦୁଘର୍ଟଣାଗ୍ରସ୍ତ ହୋଇଛି ବସ୍ । ବସଟି ଅନିୟନ୍ତ୍ରିତ ହୋଇ ରାସ୍ତା କଡ଼ରେ ଠିଆ ହୋଇଥିବା ଆଖୁ ବୋଝେଇ ଟ୍ରଲି ସହିତ ଧକ୍କା ହୋଇଥିଲା । ଏହି ଘଟଣାରେ ୧୨ରୁ ଅଧିକ ଆହତ ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଜରିଆରେ ହସପିଟାଲ ପଠାଇଥିଲା । ବସରେ ୪୦ରୁ ଅଧିକ ଶ୍ରଦ୍ଧାଳୁ ରହିଥିଲେ ।ସୂଚନା ମୁତାବକ, ରବିବାର ରାତିରେ ସ୍ନାନ କରିବା ପରେ ମହାକୁମ୍ଭରୁ ଡେରାଡୁନ ଯାଉଥିବା ଶ୍ରଦ୍ଧାଳୁଙ୍କ ବସ୍ ଫତେହଗଂଜ ପଶ୍ଚିମ ପାଖରେ ରାତି ୧୦.୩୦ରେ ଏହି ଦୁର୍ଘଟଣା ହୋଇଥିଲା । ଜାତୀୟ ରାଜପଥରେ ରାସ୍ତାକଡ଼ରେ ଠିଆ ହୋଇଥିବା ଆଖୁ ଭର୍ତ୍ତି ଥିବା ଟ୍ରଲିରେ ଧକ୍କା ହୋଇଥିଲା । ବସରେ ୪୦ ଜଣ ଯାତ୍ରୀ ଥିଲେ । ଏମାନଙ୍କ ମଧ୍ୟରୁ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରକୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହସପିଟାଲରେ ଭର୍ତ୍ତି କରିଛି ।
Views: 27