ନୂଆଦିଲ୍ଲୀ : ପ୍ୟାରିସରେ ପ୍ରଧାନମନ୍ତ୍ରୀ ମୋଦି । ୪ ଦିନିଆ ଫ୍ରାନ୍ସ ଓ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ଗତକାଲି ପ୍ରଧାନମନ୍ତ୍ରୀ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ପହଞ୍ଚିଛନ୍ତି । ତାଙ୍କୁ ସେଠାକାର ଓର୍ଲି ବିମାନବନ୍ଦରରେ ଜୋରଦାର ସ୍ବାଗତ କରିଛନ୍ତି ପ୍ରବାସୀ ଭାରତୀୟ । ପ୍ରଧାନମନ୍ତ୍ରୀ ସେମାନଙ୍କ ନିକଟକୁ ଯାଇ ହାତ ମିଳାଇଥିଲେ । ରାତିରେ ରାଷ୍ଟ୍ରପତି ମାକ୍ରନଙ୍କ ସହ ଡିନର ପାର୍ଟିରେ ସାମିଲ ହୋଇଥିଲେ । ଏଥିରେ ଅନ୍ୟ ଦେଶର ଶୀର୍ଷ ନେତା ବି ଯୋଗଦେଇଥିଲେ । ଫ୍ରାନ୍ସର ପ୍ରିସଦ୍ଧ ଏଲିସି ପ୍ୟାଲେସରେ ଡିନର କାର୍ୟ୍ୟକ୍ରମ ହୋଇଥିଲା । ଆଜି ଏଆଇ ଆକ୍ସନ ସମିଟ-୨୦୨୫ରେ ରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହିତ ମିଶି ମୋଦି ସହ ଅଧ୍ୟକ୍ଷତା କରିବେ । ମାକ୍ରନଙ୍କ ସହ ଦ୍ବିପାକ୍ଷିକ ବୈଠକରେ ବି ଯୋଗଦେବେ । ସମ୍ମିଳନୀରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ ଚୀନର ଉପପ୍ରଧାନମନ୍ତ୍ରୀ ବି ଯୋଗଦେବେ । ଏହା ମୋଦିଙ୍କ ସପ୍ତମ ଫ୍ରାନ୍ସ ଗସ୍ତ । ଏହାପରେ ଆସନ୍ତାକାଲି ସେ ଆମେରିକା ଗସ୍ତ କରି ୱାସିଂଟନ ଡିସିରେ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ଏବଂ ତାଙ୍କର ଆମେରିକା ଗସ୍ତ ଭାରତ-ଆମେରିକା ବନ୍ଧୁତାକୁ ଆହୁରି ସୁଦୃଢ଼ କରିବ ।
ପ୍ୟାରିସରେ ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରପତି ମାକ୍ରନଙ୍କ ସହ ଶିଖର ସମ୍ମିଳନୀରେ ଯୋଗଦେବେ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











