ପ୍ରୟାଗରାଜ : ପ୍ରୟାଗରାଜରେ ବୁଡ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କର ଜବରଦସ୍ତ ଭିଡ ଲାଗିଛି । ଏପର୍ୟ୍ୟନ୍ତ ୪୪ କୋଟିରୁ ଊର୍ଦ୍ଧ୍ବ ଲୋକ ବୁଡ ପକାଇସରିଲେଣି । ଏହାରି ମଧ୍ୟରେ ଭୀଷଣ ଭିଡ଼କୁ କାବୁ କରିବା ପାଇଁ ପୋଲିସ ଏବଂ ପ୍ରଶାସନ ନାକେଦମ ହେଲାଣି । ଭିଡ଼ ପାଇଁ ଗାଡି ମଟର ଘଣ୍ଟା ଘଣ୍ଟା ଅଟକି ରହୁଛି । ଗୋଟେ ଗୋଟେ କିଲୋମିଟର ବି ପାର୍ କରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗୁଛି । ଖରା ଯୋଗୁଁ ମଧ୍ୟ ଶ୍ରଦ୍ଧାଳୁ ଛଟପଟ ହେଉଛନ୍ତି । ଗୋଟେ ପଟେ ପ୍ରୟାଗରାଜରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ହନ୍ତସନ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ମାଘ ପୂର୍ଣ୍ଣିମା ଭିଡ଼ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀଙ୍କ ସହିତ ବୈଠକ କରିଛନ୍ତି । ମାଘ ପୂର୍ଣ୍ଣିମାରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ପିଲା ଏବଂ ମହିଳା, ବୟସ୍କଙ୍କୁ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରଦ୍ଧାଳୁ କିଭଳି ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ ତାହାକୁ ପ୍ରାଥମିକତା ଦିଆଯାଇଛି । ନଦୀ ହେଉ ଅବା ମେଳା ପରିସର, ଲଗାତାର ସଫାସୁତରା ରଖିବାକୁ କୁହାଯାଇଛି । କୌଣସି ଷ୍ଟେସନରେ ଅତ୍ୟଧିକ ଭିଡ଼ ହେଲେ ଅଧିକ ବସ୍ ଚଲାଇବାକୁ କୁହାଯାଇଛି । ଏହା ଅନୁସାରେ ମେଳା କ୍ଷେତ୍ରକୁ ନୋ ଭେଇକିଲ ଜୋନ ଘୋଷଣା କରାଯାଇଛି । ମହାକୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଗାଡି ସକାଳ ୪ଟାରୁ ସମ୍ବନ୍ଧୀୟ ରୁଟରେ ପାର୍କିଂରେ ପାର୍କ ହେବ । ଜରୁରୀକାଳୀନ ସେବା ଗାଡିକୁ ଏଥିରୁ ବାଦ୍ ଦିଆଯାଇଛି । ଭିଡକୁ ଦୃଷ୍ଟିରେ ରଖି ଭାରି ଯାନକୁ ସହର ଭିତରକୁ ପ୍ରବେଶ ଉପରେ ରୋକ ଲଗାଯାଇଛି ।
ଅସମ୍ଭାଳ କଲାଣି ମହାକୁମ୍ଭ ଭିଡ, ମାଘ ପୂର୍ଣ୍ଣିମା ପାଇଁ ନୂଆ ନିଦେ୍ର୍ଦଶ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











