The Ultimate Managed Hosting Platform
ADVERTISEMENT

ମନି ଲଣ୍ଡରିଂ ମାମଲାରେ ଆଜି ପୁଣି ଇଡିରେ ହାଜର ହେବେ ରବର୍ଟ ଭଦ୍ରା

Facebook
Twitter
LinkedIn

ନୂଆଦିଲ୍ଲୀ : ମନି ଲଣ୍ଡରିଂ ମାମଲାରେ ଆଜି ପୁଣି ଇଡିରେ ହାଜର ହେବେ ରବର୍ଟ ଭଦ୍ରା । ହରିୟାଣା ଶିଖୋପୁରରେ ଜମି ଚୁକ୍ତି ସଂକ୍ରାନ୍ତ ମନି ଲଣ୍ଡରିଂ ମାମଲାରେ ଆଜି ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ । ଗତକାଲି ଦୀର୍ଘ ସମୟ ଧରି ଜେରାର ସମ୍ମୁଖୀନ ହୋଇଥିଲେ ବ୍ୟବସାୟୀ। ଇଡି କାର୍ୟ୍ୟାଳୟକୁ ଯିବା ବାଟରେ ସେ ସମନକୁ ବିଜେପି ଦ୍ୱାରା ରାଜନୈତିକ ପ୍ରତିଶୋଧ ବୋଲି କହିଥିଲେ। ଏପ୍ରିଲ ୮ ତାରିଖରେ ଏଜେନ୍ସି ସମ୍ମୁଖରେ ହାଜର ହେବାକୁ କୁହାଯାଇଥିଲା, କିନ୍ତୁ ସେ ସାକ୍ଷ୍ୟ ଦେଇ ନଥିଲେ। ଏହି ମାମଲାରେ ତାଙ୍କୁ ୧୫ ଥର ସମନ ଜାରି ହୋଇଛି। ପ୍ରତିଥର ତାଙ୍କୁ ୧୦ ଘଣ୍ଟାର ଜେରା କରାଯାଉଛି। ଏହି ମାମଲାରେ ୨୩ ହଜାରରୁ ଅଧିକ ନଥି ସଂଗ୍ରହ କରାଯାଇଛି ବୋଲି ରବର୍ଟ କହିଛନ୍ତି ।ସୂଚନା ଅନୁଯାୟୀ , ୨୦୦୭ ମସିହାରେ ହରିୟାଣା ଗୁରୁଗାଁଓସ୍ଥିତ ଶିଖୋପୁର ଗ୍ରାମରେ ଭଦ୍ରାଙ୍କ କମ୍ପାନୀ ସ୍କାଏଲାଇଟ ହସ୍ପିଟାଲିଟି ୩ ଏକର ଜମି କିଣିଥିଲା। ସେତେବେଳେ ତାହାର ମୂଲ୍ୟ ଥିଲା ସାଢେ ୭ କୋଟି। ଏହି ଜମିରେ ଏକ କମର୍ସିଆଲ କଲୋନୀ ନିର୍ମାଣ କରିବା ଲାଗି କମ୍ପାନୀକୁ ଚିଠି କରିଥିଲା ହରିୟାଣା ଟାଉନ ପ୍ଲାନିଂ ବିଭାଗ। ୨୦୦୮ରେ ଏହି ଜମିକୁ ଡିଏଲଏଫରୁ ୫୮ କୋଟି ଟଙ୍କାରେ ବିକିବା ଲାଗି ଏକ ଚୁକ୍ତି ହୋଇଥିଲା। ଭଦ୍ରା ନିର୍ଦ୍ଦେଶକ ଥିବା ଏକ କମ୍ପାନୀ ସ୍କାଏଲାଇଟ୍ ହସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡ୍ ୨୦୦୭ ମସିହାରେ ହରିୟାଣାର ଗୁରୁଗ୍ରାମରେ ଓଁକାରେଶ୍ୱର ପ୍ରପର୍ଟିଜ୍ ନାମକ ଏକ ଫାର୍ମରୁ ୭.୫ କୋଟି ଟଙ୍କାରେ ୩ ଏକର ଜମି କିଣିଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଲିଭ-ଇନରେ ରହୁଥିବା ପ୍ରେମୀ ଯୁଗଳଙ୍କ ପାଇଁ ରାୟ ଶୁଣାଇଲେ ସୁପ୍ରିମ କୋର୍ଟ

ୱକଫ ଆଇନ ସଂଶୋଧନ ପ୍ରସଙ୍ଗ : କେନ୍ଦ୍ରକୁ ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ୱାକଫ ଆଇନ ମାମଲା ନେଇ ସୁପ୍ରିମକୋର୍ଟରେ ଶୁଣାଣି । ଜବାବ ଦାଖଲ ପାଇଁ କେନ୍ଦ୍ରକୁ ସପ୍ତାହ ପାଇଁ ସମୟ ଦେଲେ ସୁପ୍ରିମକୋର୍ଟ । ଜବାବ...

Login