ଭୁବନେଶ୍ୱର : ବାର୍ଡ ଫ୍ଲୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା । ଯେଉଁ ନମୁନା ପରୀକ୍ଷା ପାଇଁ ଯାଇଥିଲା , ନେଗେଟିଭ ଆସିଛି । ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି , ବ୍ୟାପକ ସଚେତନତା କରାଯାଉଛି । ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ନ ହେବାକୁ ପରାମର୍ଶ ଦେଲେ ମନ୍ତ୍ରୀ । ବାର୍ଡ ଫ୍ଲୁ ପାଇଁ ବର୍ତ୍ତମାନ ସୁଦ୍ଧା ୩୦ ହଜାର କୁକୁଡା ମରାଯାଇଛି , ୨୧ ଟିମ୍ ନିୟୋଜିତ ହୋଇଛନ୍ତି । ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଛୋଟ କୁକୁଡାକୁ ୨୦, ବଡ କୁକୁଡା ପାଇଁ ୭୦ ଟଙ୍କା ଦିଆଯିବ ।
Views: 68











