ଭୁବନେଶ୍ବର: ସୁରକ୍ଷା ମାଗିଲେ ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ । ଭୟଭୀତ ହୋଇ ପ୍ରଶାସନକୁ ସୁରକ୍ଷା ମାଗିଛନ୍ତି। ଯିଏ ବନ୍ଧୁକ ଚଳାଇ ପାରୁଛି, ସେ ଜୀବନ ମଧ୍ୟ ନେଇପାରିବ। ଏଥି ପାଇଁ ସେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଚିଠି ମଧ୍ୟ ଲେଖିଛନ୍ତି। ବିଧାୟକ ଶ୍ରୀ ସାହୁ କହିଛନ୍ତି, ମୁଁ ଜଣେ ଲୋକ ପ୍ରତିନିଧି ହିସାବରେ କାମ କରିବି। ତେଣୁ ମୋତେ ସୁରକ୍ଷା ଦରକାର। ଧର୍ମଶାଳାରେ ପୂର୍ବତନ ବିଧାୟକ ଓ ତାଙ୍କ ସମର୍ଥକମାନେ ରକ୍ତମୁଖା ହୋଇଗଲେଣି। ସେମାନେ ଗୁଳି ଚାଳନା ପାଇଁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି। ବିଜେଡିର ବ୍ଲକ ସଭାପତି ଜଳଧର ମହାନ୍ତି ଏବଂ ଯୁବ ସଭାପତି ଖିତିଶ ନାୟକ କିଛି ଲୋକଙ୍କୁ ଆଣି ଏଭଳି କାମ କରିଥିଲେ। ସେମାନଙ୍କ ନାମରେ ଥାନାରେ ଏତଲା ମଧ୍ୟ ଦିଆଯାଇଛି। ତଥାପି ସେମାନେ ଖୁଲମଖୁଲ୍ଲା ବୁଲୁଛନ୍ତି। ତାଙ୍କ ଗୁଣ୍ଡାରାଜ ବହୁତ ବଢ଼ି ଯାଇଛି। ମୋହନ ସରକାର ଗୁଣ୍ଡାରାଜ ଶେଷ କରିବେ ବୋଲି ଆଶା କରୁଛି। ସେ କହିଛନ୍ତି, ସୁରକ୍ଷା ପାଇଁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖିଛି। ମୋର ଆଶା ଯେ, ଘଟଣାର ତଦନ୍ତ ହେବ।
ସୁରକ୍ଷା ମାଗିଲେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











