ମାଲକାନଗିରି : ଭୂକମ୍ପରେ ଥରିଲା ମାଲକାନଗିରି । ସକାଳ ୭ଟା ୨୮ରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ତେବେ ମାଲକାନଗିରି ସହିତ ଛତିଶଗଡ ଏବଂ ସୁକମା ବିଜାପୁରରେ ମଧ୍ୟ ଏହି ଝଟକା ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରେ ଥିବା ବେଳେ, ମୁଲୁଗୁରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ରହିଥିବା ଜଣାପଡିଛି । ଭୂକମ୍ପର ଝଟକାରେ ଲୋକେ ଘରୁ ବାହାରିଆସିଛନ୍ତି ।
Views: 44