ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱର ଜିଲ୍ଲା ଜଜ୍ କୋର୍ଟର ନୂଆ କୋଠା ଉଦଘାଟନ ହେବ । ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ । ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇ ପୁରାପୁରା ଝଲସୁଛି । ଆତ୍ୟାଧୁନିକ ଜ୍ଞାନ କୈାଶଳରେ କୋଠାଟି ନିର୍ମାଣ ହୋଇଛି । ଜାଣନ୍ତୁ କଣ କଣ ରହିଛି ସବୁ ସୁବିଧା -:
-ଭୁବନେଶ୍ୱର ଜିଲ୍ଲା ଜଜ୍ କୋର୍ଟର ବେସମେଣ୍ଟ ଓ ଗ୍ରାଉଣ୍ଡ ଫ୍ଲୋରକୁ ମିଶାଇ ୫ ମହଲା ବିଶିଷ୍ଟ ହୋଇଛି । କୋଠାଟି ସମ୍ପୁର୍ଣ୍ଣ ଶୀତତାପ ନିୟନ୍ତ୍ରିତ । ପ୍ରବେଶ ଓ ପ୍ରସ୍ଥାନ ପାଇଁ ରହିଛି ୫ଟି ଗେଟ୍ । ଏହି କୋର୍ଟରେ ମୋଟ ୫୭ଟି କୋର୍ଟରୁମ ରହିଛି ।କୋର୍ଟ ମଧ୍ୟରେ ମାଗଣା ୱାଇଫାଇ ବ୍ୟବସ୍ଥା କରାଯାଇଛି । କୋର୍ଟ ମଧ୍ୟରେ ବ୍ୟାଙ୍କ, ଡାକଘର ଭଳି ବିଭିନ୍ନ ବ୍ୟବସ୍ଥା ରହିଛି । ଏହି କୋର୍ଟରେ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଡାକ୍ତର ଓ ଦୁଇଜଣ ନର୍ସ ରହିବାର ବ୍ୟବସ୍ଥା କରାଯାଇଛି ।
-କୋର୍ଟରେ ସମୁଦାୟ ୫୭ଟି ରୁମ ରହିଛି । ୫୭ଟି ବିଚାରପତି ମାନଙ୍କର ଚାମ୍ବର ରହିଛି । ୪ଟି କରିଡର ରହିଛି । ୧୦୦୦ଟି ଗାଡି ରହିବା ଭଳି ବେସମେଣ୍ଟେ ପାର୍କିଂ ବ୍ୟବସ୍ଥା ।୫୦ଟି ୪ ଜକିଆ ଯାନର ପାର୍କିଂ ବ୍ୟବସ୍ଥା ରହିଛି ।
-ସାଧାରଣ ଲୋକଙ୍କ ପାଇଁ ବିଶ୍ରାମ କକ୍ଷ, ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମ କକ୍ଷ, ବ୍ରେଷ୍ଟ ଫିଡିଂ ରୁମ , ଓକିଲ କର୍ମଚାରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ରୁମ , ଶିଶୁ ମାନଙ୍କ ପାଇଁ ବେବିକ୍ରେଚ୍, ଇ ପାଠାଗାର , ସାଧାରଣ ପାଠାଗାର ଓ ଦୁଟି ସମ୍ମିଳନୀ କକ୍ଷ ରହିଛି ।
-ଆଇନଜୀବୀ ମାନଙ୍କ ପାଇଁ ସ୍ୱତନ୍ତ୍ର କେସ ବାବଦରେ ଜାଣିବା ପାଇଁ କମ୍ପ୍ୟୁଟର ଆଦି ବ୍ୟବସ୍ଥା କରାଯାଇଛି ।
-ବହୁତଳ ପାର୍କିଂସ୍ଥଳ ନିର୍ମାଣ ହେଉଛି ଯେଉଁଠି ୪୫୦ ୪ଚକିଆ , ୫୫୦ ୨ଚକିଆ ଯାନ ପାର୍କିଂ ନିମନ୍ତେ ସୁବିଧା ରହିବ ।
ସଜେଇ ହୋଇଛି ଭୁବନେଶ୍ୱର ଜିଲ୍ଲା ଜଜ୍ କୋର୍ଟ, ଆସନ୍ତାକାଲି ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ । ଅତ୍ୟାଧୁନିକ ଜ୍ଞାନକୈାଶଳରେ ହୋଇଛି ନିର୍ମାଣ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











